କନକ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରେ ବନ୍ୟା କମୁଛି ହେଲେ ତଳିଆ ଅଞ୍ଚଳରେ ଆଜି ବି ଜମି ରହିଛି ପାଣି ଆଉ କମୁନି ଲୋକଙ୍କ ସମସ୍ୟା । ରାଜଘାଟ ନିକଟରେ ସତର୍କ ସୂଚନା ୯.୪୫ ମିଟର ଥିବା ବେଳେ ସୋମବାର ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ହ୍ରାସପାଇ ୮.୨୩ ମିଟରରେ ପ୍ରବାହିତ ହେଉଛି । ଏହାରି ଭିତରେ ଭୋଗରାଇ ବ୍ଲକର 5ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି ।
ଖାଦ୍ୟ ସାମଗ୍ରୀ ଆଣିବାକୁ ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି ଲୋକେ। ରାତି ହେଲେ ଭୟ ବଢୁଛି । ପାରି ଘେରରେ ଅନ୍ଧାର ଭିତରେ ବସି ରହିବାକୁ ପଡୁଛି । ଲାଇନ୍ ନଥିବା ବେଳେ ସାପ ଓ ଯନ୍ତୁ ଭୟ ଘାରୁଛି । ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍ ।