କନକ ବ୍ୟୁରୋ : ହଠାତ୍ ଆସିଥିବା ବନ୍ୟା ସବୁ ଛାରଖାର କରିଦେଇଛି । ଜଳବନ୍ଦୀ ହୋଇଯାଇଛି ଗାଁ । ଘରବାଡ଼ି ସବୁ ପାଣି ଘେରରେ । ଉତ୍ତର ବାଲେଶ୍ୱରକୁ ବେହାଲ କରିଛି ସୁବର୍ଣ୍ଣରେଖା ବନ୍ୟା । ଗାଁରେ ପାଣି ଚାଷୀର ସୁନାର ଫସଲ ଉଜୁଡ଼ିଯାଇଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ଚାଷୀର ସବୁ ଫସଲ ନଷ୍ଟ ହୋଇଯାଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ଥି ପଞ୍ଚାୟତ ବଢାପାଳ ଗାଁରେ ୪୦ ଏକରରୁ ଅଧିକ ଜମିରେ କାକୁଡ଼ି, ଜହ୍ନି, ଭେଣ୍ଡି ଭଳି ପନିପରିବା ଚାଷ ହୋଇଥିଲା । 

Advertisment

ହେଲେ ଅମଳ ପୂର୍ବରୁ, ନଦୀରେ ବନ୍ୟା ଆସି ସବୁ ନଷ୍ଟ ହୋଇଯାଇଛି । ଏବେ ବନ୍ୟା ଛାଡ଼ିବା ପରେ ଚାଷ ଜମିର ଅବସ୍ଥା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏପଟେ ଭୋଗରାଇ ବ୍ଲକ୍‌ର ୩ଟି ପଞ୍ଚାୟତର ୧୨ରୁ ଅଧିକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି । ଗବ ଗାଁ ଓ କୁସୁଡା ଗାଁରେ ଅନେକ ପରିବାର ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ରାସ୍ତା ଉପରେ ୨ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।