ବାଲେଶ୍ୱରରେ ବନ୍ୟା ବିତ୍ପାତ । ପାଣି ଘେରରେ ୩ ବ୍ଲକର  ଲକ୍ଷାଧିକ ଲୋକ

Advertisment

ରାସ୍ତା ଉପରେ ୨ ଫୁଟର ପାଣି ଚାଲୁଛି। ଗାଁରେ ଚାଲୁଛି ଡଙ୍ଗା । ଆଶ୍ରୟସ୍ଥଳରେ ଲୋକେ ମୁଣ୍ଡ ଗୁଞ୍ଜୁଛନ୍ତି । ବିଭିନ୍ନ ସ୍ଥାନରେ ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବାଲିବସ୍ତା ପକାଇ ନଦୀ ବନ୍ଧ ମରାମତି କରାଯାଇଛି ।

ରାସ୍ତା ଉପରେ ୨ ଫୁଟର ପାଣି ଚାଲୁଛି। ଗାଁରେ ଚାଲୁଛି ଡଙ୍ଗା । ଆଶ୍ରୟସ୍ଥଳରେ ଲୋକେ ମୁଣ୍ଡ ଗୁଞ୍ଜୁଛନ୍ତି । ବିଭିନ୍ନ ସ୍ଥାନରେ ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବାଲିବସ୍ତା ପକାଇ ନଦୀ ବନ୍ଧ ମରାମତି କରାଯାଇଛି ।

121212

କନକ ବ୍ୟୁରୋ : ବାଲେଶ୍ବରରେ ବନ୍ୟା ବିତ୍ପାତ। ପାଣି ଘେରରେ ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକ ।  ତିନି ବ୍ଲକର ୩୫ ପଞ୍ଚାୟତର ଲକ୍ଷାଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଶତାଧିକ ଗାଁକୁ ମାଡ଼ି ଯାଇଛି ବନ୍ୟା ପାଣି। ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି । ଗାଁ ଭିତରେ ପାଣି ପଶିଯିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଉପରେ ୨ ଫୁଟର ପାଣି ଚାଲୁଛି। ଗାଁରେ ଚାଲୁଛି ଡଙ୍ଗା । ଆଶ୍ରୟସ୍ଥଳରେ ଲୋକେ ମୁଣ୍ଡ ଗୁଞ୍ଜୁଛନ୍ତି । ବିଭିନ୍ନ ସ୍ଥାନରେ ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବାଲିବସ୍ତା ପକାଇ ନଦୀ ବନ୍ଧ ମରାମତି କରାଯାଇଛି । ସୁବର୍ଣ୍ଣରେଖା ନଦୀର ଜଳସ୍ତର କମୁଥିଲେ ବି ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର ।  ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦ ଦଶମିକ ୩୬ ରହିଥିବା ବେଳେ ଏବେ ଜଳସ୍ତର ୧୦ ଦଶମିକ ୮୦ ମିଟରରେ ପ୍ରବାହିତ ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe