କନକ ବ୍ୟୁରୋ: ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ' ସେଲ୍କୁ ଅନେକ ୟୁଜର୍ସ ହାତଛଡ଼ା କରିଦେଇଥିଲେ । ଯଦି କୌଣସି ୟୁଜର ଏହି ସେଲ୍କୁ ହାତଛଡ଼ା କରିଛନ୍ତି ତେବେ କମ୍ପାନି ସେମାନଙ୍କୁ ଆଉ ଏକ ସୁଯୋଗ ଦେଉଛି । ଏହି ଇ-କମର୍ସ ପ୍ଲାଟଫର୍ମରେ ଏକ ନୂଆ ସେଲ୍ ଆରମ୍ଭ ହୋଇଛି । ଗତ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇଛି ଫ୍ଲିପକାର୍ଟରେ ବିଗ୍ ଫେଷ୍ଟିଭ୍ ଧମାକା ସେଲ୍ । ଏହି ସେଲ୍ର ଲାଭ ଉଠାଇ ୟୁଜର୍ସ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଏୟାର କଣ୍ଡିସନର, ରେଫ୍ରିଜିରେଟର ଏବଂ ୱାସିଂ ମେସିନ୍ ସହିତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଶସ୍ତାରେ କିଣି ପାରିବେ । ଏହି ସେଲ୍ ଏବେ ଲାଇଭ୍ ଅଛି ଏବଂ ଏଥିରେ ମିଳୁଥିବା କିଛି ଅଫର୍ ବିଷୟରେ ନିମ୍ନରେ ଆଲୋଚନା ହୋଇଛି ।
ଫ୍ଲିପକାର୍ଟର ଏହି ସେଲ୍ରୁ ୟୁଜର୍ସ iPhone 16 Proକୁ ମାତ୍ର ୮୫ ହଜାର ୯୯୯ ଟଙ୍କାରେ କିଣି ପାରିବେ । ଏହା iPhone ଉପରେ ମିଳୁଥିବା ଦ୍ୱିତୀୟ ସର୍ବୋତ୍ତମ ଡିଲ୍ । ଯଦିଓ ବିଗ୍ ବିଲିୟନ ଡେ' ସେଲ୍ରେ ଏହି ଫୋନ୍ ଲୋକେ ଅଧିକ ଭଲ ମୂଲ୍ୟରେ ପାଇଛନ୍ତି, କିନ୍ତୁ ବର୍ତ୍ତମାନ ଫ୍ଲିପକାର୍ଟ ସେଲ୍ରେ ଅନ୍ୟ କୌଣସି ପ୍ଲାଟଫର୍ମ ତୁଳନାରେ ଏହି ଫୋନ୍ କମ୍ ମୂଲ୍ୟରେ ମିଳୁଛି । ଯଦି କୌଣସି ୟୁଜର୍ସ କମ୍ ବଜେଟ୍ରେ ଏକ ଫ୍ଲାଗସିପ୍ ଫୋନ୍ ଚାହୁଁଛନ୍ତି, ତେବେ Samsung Galaxy S24 FE ଫୋନ୍ ବି କିଣିପାରିବେ । ଏହି ଫୋନ୍ ଇ-କମର୍ସ ପ୍ଲାଟଫର୍ମରେ ୨୯ ହଜାର ୯୯୯ ଟଙ୍କାରେ ମିଳୁଛି । ଏହା ବ୍ୟତୀତ ଲୋକେ Motorola Edge 60 Fusion ଉପରେ ଏକ ଭଲ ଡିଲ୍ ପାଇ ପାରିବେ । ଏହି ଫୋନ୍ ଫ୍ଲିପକାର୍ଟ ସେଲ୍ରେ ୧୮ ହଜାର ୯୯୯ ଟଙ୍କାରେ ମିଳିଯିବ ।
ଲୋକେ Samsung Galaxy S24କୁ ମଧ୍ୟ ଶସ୍ତାରେ କିଣି ପାରିବେ । ଗତ ବର୍ଷ ଲଞ୍ଚ୍ ହୋଇଥିବା ଏହି ଫୋନ୍ ଫ୍ଲିପକାର୍ଟରେ ଏବେ ୩୮ ହଜାର ୯୯୯ ଟଙ୍କାରେ ମିଳୁଛି । ଏହା କମ୍ପାନିର ଏକ ଦମ୍ଦାର ଫୋନ୍ ଏବଂ ଏହା କମ୍ପାକ୍ଟ ସାଇଜ୍ରେ ଆସେ । ଯଦି ୟୁଜର୍ସ ଏକ କମ୍ପାକ୍ଟ ଆଣ୍ଡ୍ରଏଡ୍ ଫୋନ୍ ଚାହୁଛନ୍ତି, ତେବେ ଏହାକୁ କିଣି ପାରିବେ । ଏତିକି ନୁହେଁ, Nothing Phone 3କୁ ମଧ୍ୟ ୟୁଜର୍ସ ୪୪ ହଜାର ୯୯୯ ଟଙ୍କାରେ କିଣି ପାରିବେ । କମ୍ପାନି ଏହି ସ୍ମାର୍ଟଫୋନ୍କୁ ଜୁଲାଇ ମାସରେ ୮୦ ହଜାର ଟଙ୍କାରେ ଲଞ୍ଚ୍ କରିଥିଲା । iPhone 16 ବିଷୟରେ କହିବାକୁ ଗଲେ, ଏହି ହ୍ୟାଣ୍ଡସେଟ୍କୁ ଲୋକେ ଫ୍ଲିପକାର୍ଟ ସେଲ୍ରୁ ଡିସକାଉଣ୍ଟ ପରେ ୫୬ ହଜାର ୯୯୯ ଟଙ୍କାରେ କିଣି ପାରିବେ ।
ସେହିପରି iPhone 14 ଉପରେ ମଧ୍ୟ ଏକ ଭଲ ଡିଲ୍ ମିଳୁଛି । ଏହି ସ୍ମାର୍ଟଫୋନ୍କୁ ୟୁଜର୍ସ ଫ୍ଲିପକାର୍ଟ ସେଲ୍ରୁ ୪୨ ହଜାର ୯୯୯ ଟଙ୍କାରେ କିଣି ପାରିବେ । ଏହା ବ୍ୟତୀତ ୟୁଜର୍ସ Samsung, Realme, Oppo, Vivo, Nothing, Google Pixel ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନ୍ ଉପରେ ମଧ୍ୟ ଭଲ ଡିଲ୍ ପାଇ ପାରିବେ ।
ତେବେ ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ' ସେଲ୍ରେ ୟୁଜର୍ସମାନେ ଯେଉଁଭଳି ଅଫର୍ ପାଇଥିଲେ । ବିଗ୍ ଫେଷ୍ଟିଭ୍ ଧମାକା ସେଲ୍ରେ ଲୋକେ ସେଭଳି ଡିସ୍କାଉଣ୍ଟ୍ ପାଇପାରିବେ ନାହିଁ । ତେବେ ଗତ ବର୍ଷ ଅପେକ୍ଷା ଏଥର ଶସ୍ତାରେ ଫୋନ୍ କିଣି ପାରିବେ ଲୋକେ ।