ପଶ୍ଚିମ ଏସିଆକୁ ବିମାନ ଉଡ଼ାଣ ବନ୍ଦ: ଯିବାକୁ ଥିଲା କୁଏତ, ପାକିସ୍ତାନରେ ପହଞ୍ଚିଲେ ୮ ଭାରତୀୟ

Advertisment

ଇସ୍ରାଏଲ ଓ ଆମେରିକା ଦ୍ୱାରା ଇରାନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଯୋଗୁ ପରିସ୍ଥିତି ଖରାପ ହେବାରେ ଲାଗିଛି। ।

ଇସ୍ରାଏଲ ଓ ଆମେରିକା ଦ୍ୱାରା ଇରାନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଯୋଗୁ ପରିସ୍ଥିତି ଖରାପ ହେବାରେ ଲାଗିଛି। ।

02bbs_29_02032026_111

Photograph: (kanaknews)

କନକବ୍ୟୁରୋ : ଇସ୍ରାଏଲ ଓ ଆମେରିକା ଦ୍ୱାରା ଇରାନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଯୋଗୁ ପରିସ୍ଥିତି ଖରାପ ହେବାରେ ଲାଗିଛି। । ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ହରାଇବା ପରେ, ଇରାନ କଡ଼ା ପ୍ରତିଶୋଧ ନେବାକୁ ରକ୍ତମୁଖା ହୋଇ ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ କୁଏତ ସମେତ ଆଠଟି ଦେଶ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବର୍ଷା କରିଛି। ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ସମଗ୍ର ମଧ୍ୟପ୍ରାଚ୍ୟକୁ ପ୍ରଭାବିତ କରିଛି।

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ଅନେକ ଦେଶ ଏୟାରସ୍ପେସ ବନ୍ଦ କରିଦେଇଛନ୍ତି, ଯାହା ଫଳରେ ଶହ ଶହ ଉଡ଼ାଣ ବାତିଲ କରାଯାଇଛି। ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଏକ ଘଟଣାରେ, ଆଠ ଜଣ ଭାରତୀୟ କୁଏତ ଯିବାର ଥିଲା କିନ୍ତୁ ସେମାନେ ପାକିସ୍ତାନରେ ପହଞ୍ଚିଛନ୍ତି। ଉଡ଼ାଣ ପରିବର୍ତ୍ତନ ଯୋଗୁ ଏହା ଘଟିଥିବା କୁହାଯାଉଛି।
ପ୍ରବାସୀ କେରଳବାସୀଙ୍କ ମାମଲା ପରିଚାଳନା କରୁଥିବା ରାଜ୍ୟ ସରକାରୀ ସଂସ୍ଥା ନୋର୍କା ରୁଟ୍ସ ଅନୁଯାୟୀ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁ ଏକ ବିମାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ପରେ କେରଳର ତିନି ଜଣ ସମେତ ଆଠ ଜଣ ଭାରତୀୟ ନାଗରିକ ପାକିସ୍ତାନର କରାଚୀ ବିମାନବନ୍ଦରରେ ଫସି ରହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଫସି ରହିଥିବା କେରଳବାସୀଙ୍କ ମଧ୍ୟରେ ପାଲକ୍କଡର ବାସିନ୍ଦା କୃଷ୍ଣଦାସ, ତାଙ୍କ ପତ୍ନୀ ଡାକ୍ତର ରେଶମୀ ମେନନ ଏବଂ ସେମାନଙ୍କର ତିନି ବର୍ଷର ଝିଅ ସ୍ମୃତି ମେନନ ଅଛନ୍ତି।

ନୋର୍କା ରୁଟ୍ସ ଅଧିକାରୀମାନେ କହିଛନ୍ତି ଯେ, ପରିବାର ସଦସ୍ୟ ଏୟାର ଆରବିୟା ବିମାନରେ ଆଜରବାଇଜାନର ବାକୁରୁ ଶାରଜା ଦେଇ କୁଏତ ଯାତ୍ରା କରୁଥିଲେ। ଅନ୍ୟ ଫସି ରହିଥିବା ଭାରତୀୟମାନେ ମଧ୍ୟ ସେହି ବିମାନରେ ଥିଲେ। ସେମାନେ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଆକାଶ ମାର୍ଗ ବନ୍ଦ ହେବା ପରେ ବିମାନକୁ କରାଚୀ ଅଭିମୁଖେ ପଠାଯାଇଥିଲା। ନୋର୍କା ରୁଟ୍ସ କହିଛି ଆମେ ବୈଦେଶିକ ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ଅଛୁ ଏବଂ ସେମାନଙ୍କୁ ଭାରତ ଆଣିବା ପାଇଁ ପ୍ରୟାସ କରାଯାଉଛି। ଅଧିକାରୀମାନେ କହିଛନ୍ତି, ବୈଦେଶିକ ମନ୍ତ୍ରଣାଳୟ ସେମାନଙ୍କୁ କଲମ୍ବୋ ଦେଇ ଭାରତ ଆଣିବାକୁ ବିଚାର କରୁଛି। ଏହି ସଂସ୍ଥା ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ଦ୍ୱାରା ପ୍ରଭାବିତ ଭାରତୀୟ ନାଗରିକ ଓ ସେମାନଙ୍କ ପରିବାରକୁ ସହାୟତା କରିବା ପାଇଁ ଏକ ସହାୟତା ଡେସ୍କ ମଧ୍ୟ ସ୍ଥାପନ କରିଛି।


 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe