ବାତ୍ୟା ଦାନା ପାଇଁ ବିମାନ ଉଡାଣ ବାତିଲ ; ଆଜି ସନ୍ଧ୍ୟାରୁ କାଲି ୯ଟା ଯାଏଁ ବନ୍ଦ ରହିବ ବିମାନ ଚଳାଚଳ

ବାତ୍ୟା ଦାନା ପାଇଁ ବିମାନ ଉଡାଣ ବାତିଲ । ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ଭୁବନେଶ୍ବର ବିମାନ ବନ୍ଦରକୁ ଉଡାଣ । ୪୦ରୁ ଉର୍ଦ୍ଧ୍ବ ବିମାନର ଉଡ଼ାଣ କରାଯାଇଛି ବାତିଲ । ୨୫ ତାରିଖରେ ପାଣିପାଗରେ ପରିବର୍ତ୍ତନ ଦେଖି ନିଆଯିବ ନିଷ୍ପତ୍ତି ।

1flight

କନକ ବ୍ୟୁରୋ: ବାତ୍ୟା ‘ଦାନା’ ପାଇଁ ବିମାନ ଉଡାଣ ବାତିଲ। ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନ ବନ୍ଦରକୁ ଉଡାଣ ବନ୍ଦ ରହିବ। ବାତ୍ୟା ପାଇଁ ୪୦ଟି ବିମାନ ବାତିଲ ହୋଇଛି । ୨୫ ତାରିଖରେ ପାଣିପାଗରେ ପରିବର୍ତ୍ତନ ଦେଖି ନିଷ୍ପତ୍ତି ନିଆଯିବ । ତେଣୁ ଯାତ୍ରୀମାନେ ଘରୁ ଆସିବା ବେଳେ ବିମାନ ଉଡାଣର ଷ୍ଟାଟସ ଦେଖି ଆସିବା ଉଚିତ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

ବାତ୍ୟା ଦାନା: ୪୦ ବିମାନ ବାତିଲ
- ଗୁରୁବାର ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ଯାଏଁ ବିମାନ ଚଳାଚଳ ବନ୍ଦ
- ବାତ୍ୟା ଦାନା ପାଇଁ ୪୦ଟି ବିମାନ ବାତିଲ
- ଭୁବନେଶ୍ବରରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ 
- ବିମାନ ଚଳାଚଳ ପାଇଁ ଏହା ସୁରକ୍ଷିତ ନୁହେଁ
- ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନ ଚଳାଚଳ ବାତିଲ ପାଇଁ ନିଷ୍ପତ୍ତି
- ଶୁକ୍ରବାର ସକାଳେ ପାଣିପାଗକୁ ଦୃଷ୍ଟିରେ ରଖି ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe