ବିଶ୍ୱକପ ଫାଇନାଲ ମୁକାବିଲା ପାଇଁ ବିମାନ ଏବଂ ହୋଟେଲ ଭଡ଼ା ୪୦୦ ପ୍ରତିଶତ ବୃଦ୍ଧି

Advertisment

ଫାଇନାଲ ମୁକାବିଲା ପାଇଁ ଅହମଦାବାଦକୁ ବିମାନ ଏବଂ ହୋଟେଲ ଭଡ଼ା ଆକାଶ ଛୁଆଁ ହୋଇଛି। ଭାରତ-ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ୪୦୦ ପ୍ରତିଶତ ବୃଦ୍ଧି ଦର ।

ଫାଇନାଲ ମୁକାବିଲା ପାଇଁ ଅହମଦାବାଦକୁ ବିମାନ ଏବଂ ହୋଟେଲ ଭଡ଼ା ଆକାଶ ଛୁଆଁ ହୋଇଛି। ଭାରତ-ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ୪୦୦ ପ୍ରତିଶତ ବୃଦ୍ଧି ଦର ।

7

Photograph: (kanak news)

କନକ  ବ୍ୟୁରୋ: ହାଇଭୋଲଟେଜ ଫାଇନାଲ ମୁକାବିଲା ପାଇଁ ଅହମଦାବାଦକୁ ବିମାନ ଏବଂ ହୋଟେଲ ଭଡ଼ା ଆକାଶ ଛୁଆଁ ହୋଇଛି। ଭାରତ-ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ୪୦୦ ପ୍ରତିଶତ ବୃଦ୍ଧି ଦର । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଗୁଜରାଟ ହୋଟେଲ୍ସ ଏବଂ ରେଷ୍ଟୁରାଣ୍ଟ୍ସ ଆସୋସିଏସନ୍‌ର ସଭାପତି ନରେନ୍ଦ୍ର ସୋମାନୀ କହିଛନ୍ତି ଯେ,  ଟି୨୦ ବିଶ୍ୱକପ୍ ଫାଇନାଲ୍ ଯୋଗୁଁ ଉଚ୍ଚ ଚାହିଦା କାରଣରୁ ରୁମ୍ ଭାଡ଼ା ୩୦୦ରୁ ୪୦୦ ପ୍ରତିଶତ ବୃଦ୍ଧି ପାଇଛି । 


ପୂର୍ବରୁ ୫,୦୦୦ରୁ ୨୦,୦୦୦ ଟଙ୍କାରେ ଉପଲବ୍ଧ ରୁମ୍ ଏବେ ୧୫,୦୦୦ରୁ ୫୦,୦୦୦ ଟଙ୍କା ମଧ୍ୟରେ ରହିଛି। ଏକ ପ୍ରମୁଖ ଟ୍ରାଭେଲ୍ ପୋର୍ଟାଲ୍ ଅନୁଯାୟୀ, ସିନ୍ଧୁ ଭବନ୍ ରୋଡ୍‌ରେ ଥିବା ତାଜ୍ ସ୍କାଇଲାଇନ୍‌ରେ ଦୁଇଜଣିଆ ‘ଡିଲକ୍ସ ରୁମ୍’ ରବିବାର ରାତି ପାଇଁ ୨.୦୧ ଲକ୍ଷ ଟଙ୍କା ଏବଂ ୩୬,୦୦୦ ଟଙ୍କା ଜିଏସ୍ଟି ରହିଛି।  ସାଧାରଣ ଦିନରେ ଏହା ୯,୦୦୦ରୁ ୧୫,୦୦୦ ଟଙ୍କା ମଧ୍ୟରେ ଥାଏ, ଯାହା ପ୍ରାୟ ୨୦ ଗୁଣ ବୃଦ୍ଧି ହୋଇଛି।  ଆଇଟିସି ହୋଟେଲ୍ସରେ ରୁମ୍ ଭାଡ଼ା ପ୍ରାୟ ୨୦,୯୫୦ ଟଙ୍କା ଦେଖାଯାଉଛି, ଯାହା ସାଧାରଣ ଭାଡ଼ା ୬,୦୦୦ରୁ ୮,୦୦୦ ଟଙ୍କାରୁ ବହୁଗୁଣ ଅଧିକ। 

ଆହୁରି ପଢ଼ନ୍ତୁ:ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ :  ରାତିରେ ଇରାନର ତେଲ ଭଣ୍ତାର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ


ସମସ୍ତ ବର୍ଗର ବାସଗୃହ ବିଚାର କଲେ ଅହମଦାବାଦରେ ପ୍ରାୟ ୧୦,୦୦୦ ହୋଟେଲ୍ ରୁମ୍ ରହିଛି । ହୋଟେଲ୍ ମୂଲ୍ୟ ବହୁଗୁଣ ବଢ଼ିବାରୁ ଅନେକ ପର୍ଯ୍ୟଟକ ସହରରେ ରାତିରେ ରହିବା ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା କରୁଛନ୍ତି । ସେପହିରି ଅହମଦାବାଦକୁ ଯାଉଥିବା ପ୍ରମୁଖ ରୁଟ୍‌ରେ ବିମାନ ଭାଡ଼ା ବହୁଗୁଣ ବଢ଼ିଛି। ଦିଲ୍ଲୀ, ବେଙ୍ଗାଲୁରୁ ଆଦି ସହରରୁ ବିମାନ ଭଡ଼ା ବହୁଗୁଣ ବଢ଼ିଛି। ମୁମ୍ବାଇ-ଅହମଦାବାଦ ଭାଡ଼ା ସାଧାରଣତଃ ୩,୦୦୦ ଟଙ୍କା ଥିବାବେଳେ ଏବେ ୧୫,୦୦୦-୧୭,୦୦୦ ଟଙ୍କା ହୋଇଛି। ଦିଲ୍ଲୀରୁ ପ୍ରାୟ ୧୪,୦୦୦ ଟଙ୍କା ଏବଂ ବେଙ୍ଗାଲୁରୁରୁ ପ୍ରାୟ ୧୩,୦୦୦ ଟଙ୍କା ହୋଇଛି। ଏହି ମ୍ୟାଚ ପାଇଁ ଭାରତୀୟ ରେଳବାଇ ବିଶେଷ ଟ୍ରେନ୍ ଚଳାଇଛି। ପଶ୍ଚିମ ରେଳବାଇ ବାନ୍ଦ୍ରା ଟର୍ମିନସ୍-ଅହମଦାବାଦ ମଧ୍ୟରେ ଏସି ସୁପରଫାଷ୍ଟ ସ୍ପେଶାଲ୍ ଟ୍ରେନ୍  ଚଳାଇବ। ଉତ୍ତର ରେଳବାଇ ମଧ୍ୟ ନୂଆଦିଲ୍ଲୀରୁ ସାବରମତୀ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । 

ଅହମଦାବାଦକୁ ବିମାନ ଓ ହୋଟେଲ ଭଡ଼ା ଆକାଶଛୁଆଁ 
ଟି-୨୦ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ୪୦୦ ପ୍ରତିଶତ ଦର ବୃଦ୍ଧି
ପୂର୍ବରୁ ହୋଟେଲ ରୁମ୍ ୫ହଜାରରୁ ୨୦ ହଜାର ପର୍ୟ୍ୟନ୍ତ ମିଳୁଥିଲା
ଏବେ ୧୫ରୁ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ ବଢ଼ିଛି
ଦୁଇଜଣିଆ ‘ଡିଲକ୍ସ ରୁମ୍’ ଆଜି ରାତିକ ପାଇଁ ୨ ଲକ୍ଷ ଟଙ୍କା 
ସାଧାରଣ ଦିନରେ ଏହା ୯ରୁ ୧୫ ହଜାର ଟଙ୍କା ମଧ୍ୟରେ ଥାଏ
ହୋଟେଲ୍ ଭଡ଼ା ଆକାଶଛୁଆଁ ଯୋଗୁଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି ପର୍ଯ୍ୟଟକ
ଅହମଦାବାଦକୁ ଯାଉଥିବା ପ୍ରମୁଖ ରୁଟ୍‌ରେ ବିମାନ ଭଡ଼ା ବହୁଗୁଣ ବଢ଼ିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe