Year-Ender 2024 : ଚବିଶରେ ଚାଲିଗଲେ ଅନେକ ଚର୍ଚ୍ଚିତ ଚେହେରା । ଏବେବି ଝୁରୁଛି ଭାରତ, ଗୁମୁରି କାନ୍ଦୁଛି ଓଡ଼ିଶା । ଅମର ଆତ୍ମାଙ୍କୁ ଆମର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

Advertisment

ଏ ବର୍ଷଟି ଅନେକ କିଛି ଦେଇଗଲା ସେଥିପାଇଁ ହୃଦୟରୁ ଧନ୍ୟବାଦ ୨୦୨୪ । କିନ୍ତୁ ସାଙ୍ଗରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବି ନେଇଚାଲିଗଲା ଏ ନିଷ୍ଠୁର ବର୍ଷ । ସେ ବିଶିଷ୍ଟ ତାବଲା ବାଦକ ଜାକିର୍ ହୁସେନ୍ ହୁଅନ୍ତୁ କି ବିଜନେସ୍ ଟାୟକୁନ୍ ରତନ୍ ଟାଟା । ଗଜଲ ଗାୟକ ପଙ୍କଜ୍ ଉଦାସଙ୍କଠାରୁ ଆରମ୍ଭ କରି ଦଙ୍ଗଲ ଗାର୍ଲ ସୁହାନୀ ଭଟନାଗରଙ୍କୁ ହରାଇ ଏଯାଏଁ ଗୁମୁରି ଗୁମୁରି କାନ୍ଦୁଛି ସାରା ଦେଶ ।

Updated On

ଏ ବର୍ଷଟି ଅନେକ କିଛି ଦେଇଗଲା ସେଥିପାଇଁ ହୃଦୟରୁ ଧନ୍ୟବାଦ ୨୦୨୪ । କିନ୍ତୁ ସାଙ୍ଗରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବି ନେଇଚାଲିଗଲା ଏ ନିଷ୍ଠୁର ବର୍ଷ । ସେ ବିଶିଷ୍ଟ ତାବଲା ବାଦକ ଜାକିର୍ ହୁସେନ୍ ହୁଅନ୍ତୁ କି ବିଜନେସ୍ ଟାୟକୁନ୍ ରତନ୍ ଟାଟା । ଗଜଲ ଗାୟକ ପଙ୍କଜ୍ ଉଦାସଙ୍କଠାରୁ ଆରମ୍ଭ କରି ଦଙ୍ଗଲ ଗାର୍ଲ ସୁହାନୀ ଭଟନାଗରଙ୍କୁ ହରାଇ ଏଯାଏଁ ଗୁମୁରି ଗୁମୁରି କାନ୍ଦୁଛି ସାରା ଦେଶ ।

ଅଦ୍ୟତନ ହୋଇଛି
43୩୩୩୩

ଚାହୁଁ ଚାହୁଁ ବେରଙ୍ଗ ହେବାକୁ ବସିଲାଣି ୨୦୨୪ । ଆଉ କିଛି ଦିନ ପରେ ନୂଆରଙ୍ଗ ନେଇ ଆସିଯିବ ୨୦୨୫ । ଫ୍ଲାସବାକରେ ଛିଡ଼ା ହୋଇଥିବେ ଅନେକ ଆଶା,ଅସୁମାରୀ ସ୍ବପ୍ନ ,କେତେ ଅଭୁଲା ମୁହଁଙ୍କ ଲମ୍ବା ଲିଷ୍ଟ୍ । ଏ ବର୍ଷଟି ଅନେକ କିଛି ଦେଇଗଲା ସେଥିପାଇଁ ହୃଦୟରୁ ଧନ୍ୟବାଦ ୨୦୨୪ । କିନ୍ତୁ ସାଙ୍ଗରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବି ନେଇଚାଲିଗଲା ଏ ନିଷ୍ଠୁର ବର୍ଷ । ସେ ବିଶିଷ୍ଟ ତାବଲା ବାଦକ ଜାକିର୍ ହୁସେନ୍ ହୁଅନ୍ତୁ କି ବିଜନେସ୍ ଟାୟକୁନ୍ ରତନ୍ ଟାଟା । ଗଜଲ ଗାୟକ ପଙ୍କଜ୍ ଉଦାସଙ୍କଠାରୁ ଆରମ୍ଭ କରି ଦଙ୍ଗଲ ଗାର୍ଲ ସୁହାନୀ ଭଟନାଗରଙ୍କୁ ହରାଇ ଏଯାଏଁ ଗୁମୁରି ଗୁମୁରି କାନ୍ଦୁଛି ସାରା ଦେଶ । ତେବେ ବର୍ଷର ଏହି ଶେଷ ଘଡ଼ିରେ ଆସନ୍ତୁ ମନେପକାଇବା ସେ ଅମର ଆତ୍ମାଙ୍କୁ ଯେ ଦୁନିଆରୁ ନିରବି ଗଲେ ସିନା ଲୋକଙ୍କ ହୃଦୟରେ ଏମିତି ଛାପ ଛାଡ଼ି ଗଲେ ଯେ ସେମାନଙ୍କ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଆଜି ବି ଅମଙ୍ଗୁଛି ଏ ହୃଦୟ । 

ratan-tata-

ଏ ତାଲିକାରେ ପ୍ରଥମ ନାଁଟି ଆସେ ବିଜନେସ୍ ଟାୟକୁନ୍ ରତନ୍ ଟାଟାଙ୍କର । ଅକ୍ଟୋବର ୯ ତାରିଖ ୨୦୨୪ ରାତି ପ୍ରାୟ ସାଢେ ୧୧ ଖବର ଆସିଲା ପରଲୋକରେ ରତନ୍ ଟାଟା । ରାତିଟା ଆହୁରି ନିଃସ୍ତବ୍ଧ ହୋଇଗଲା ଯେତେବେଳେ ବ୍ୟବସାୟର ବେତାଜ୍ ବାଦଶାହା ରତନ୍ ଟାଟା ୮୬ ବର୍ଷ ବୟସରେ ନିରବି ଗଲେ। ରତନଙ୍କ ପରି ଜଣେ ରତ୍ନଙ୍କୁ ହରାଇ ଏବେ ବି ଝୁରୁଛି ପୁରା ଦେଶ । 

zakir

ପିଲାବେଳେ ଟିଭି ପରଦାରେ ଏକ ବଡ଼ ଚା’ ବ୍ରାଣ୍ଡର ବିଜ୍ଞାପନ ଆସୁଥିଲା ୱାଃ ତାଜ୍ .. ତାବଲାରେ ନିଜ ମ୍ୟାଜିକାଲ୍ ଆଙ୍ଗୁଠିକୁ ବୁଲାଇ ଶ୍ରୁତିମଧୁର ସ୍ବର ବାହାର କରୁଥିବା ସେ ବିଶିଷ୍ଟ ତାବଲା ବାଦକ ଜାକିର୍ ହୁସେନଙ୍କୁ ଅବା କିଏ ନଜାଣେ । ଷ୍ଟେଜରେ ଯେତେବେଳେ ତାବଲା ଏବଂ ଜାକିରଙ୍କ ଯୁଗଳବନ୍ଦୀ ହେଉଥିଲା ଓଃ ଦର୍ଶକ ମତୁଆଲା ନହୋଇ ରହିପାରୁନଥିଲେ । କିନ୍ତୁ ବିଧିର ବିଧାନ ଦେଖନ୍ତୁ ଡିସେମ୍ବର ୧୫ , ୨୦୨୪ ରେ ୭୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ ଜାକିର୍ । ପୁରୁଣା ରୋଗ କାରଣରୁ ଚାଲିଯାଇଥିଲା ତାଙ୍କ ଜୀବନ । ଆଉ ନିରବିଗଲା ତାବଲାର ସ୍ବର । 

dangal girl

ମୃତ୍ୟୁ ଦେଖେନି ପ୍ରତିଭା । ଏ ଶୀର୍ଷକଟି ସୁହାନୀଙ୍କ କ୍ଷେତ୍ରରେ ଯେମିତି ସତ ହୋଇଯାଇଛି । ସିନେମା ଦଙ୍ଗଲରେ ବବିତା ଫୋଗଟଙ୍କ ଭୂମିକାରେ ନଜର ଆସିଥିବା ଶିଶୁ କଳାକାର ସୁହାନୀ ଭଟନାଗର ମାତ୍ର ୧୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ । ଏକ ଦୁର୍ଲ୍ଲଭ ରୋଗରେ ପୀଡ଼ିତ ହୋଇ ଫେବୃୟାରୀ ୭ ତାରିଖରେ ସେ ଆଖି ବୁଜିଥିଲେ । 

rituraj singh

ହିନ୍ଦୀ ଟେଲିଜଗତର ଜଣାଶୁଣା ଚେହେରା ରିତୁରାଜ୍ ସିଂଙ୍କ ଅଭିନୟକୁ ଯିଏ ଦେଖିଥିବେ ତାଙ୍କ ପ୍ରତିଭାର ଦିୱାନା ନିଶ୍ଚୟ ହୋଇଥିବେ । ପ୍ରତିଟି ରୋଲକୁ ଜୀବନ୍ତ କରୁଥିବା ଏହି ଅଭିନେତା ଫେବୃୟାରୀ ୨୦ ତାରିଖରେ ୫୯ ବର୍ଷ ବୟସରେ ହୃଦଘାତ କାରଣରୁ ଆରପାରିକୁ ଚାଲିଯାଇଥିଲେ ।  

pankag udas

ଚିଠି ଆଇହେ ଆଇହେ ଚିଠି ଆଇହେ .. ଗଜଲ୍ ଆଉ ପଙ୍କଜ୍ ଦୁଇଟି ନାଁ ହେଲେ ଗୋଟିଏ ଆତ୍ମା । ପଙ୍କଜ୍ ଉଦାସ୍ ଗଜଲ୍ ପ୍ରେମୀଙ୍କ ପାଇଁ ଈଶ୍ବରଙ୍କ ବରଦାନ । ସଂଗୀତ ପ୍ରେମୀ ଯେବେଯେବେ ଗଜଲ୍ ଶୁଣିବେ ପଙ୍କଜ୍ ଉଦାସଙ୍କ ସ୍ବରର ଯାଦୁକୁ ମନେ ନ ପକାଇ ରହିପାରିବେନି । ସାଙ୍ଗିଆ ସିନା ଉଦାସ୍ ଥିଲା କିନ୍ତୁ ହସକୁରା ମଣିଷଟେ ଥିଲେ ପଙ୍କଜ । ହେଲେ ଫେବୃୟାରୀ ୨୬ ରେ ନିରବି ଗଲେ ଗଜଲ୍ ଗାଉଥିବା ଏହି ବିଶିଷ୍ଟ ଗାୟକ ଯାହାଙ୍କୁ ଏବେ ବି ଝୁରୁଛି ଦେଶ । 

mn-atul-parchure

ନିଜ କମିକ୍ ଅନ୍ଦାଜରେ ସମସ୍ତଙ୍କୁ ହସାଉଥିବା କମେଡିଆନ୍ ଅତୁଲ୍ ପରଚୁରେ ମଧ୍ୟ ଚଳିତବର୍ଷ ଅକ୍ଟୋବର ୧୪ ତାରିଖରେ ଇହଲୀଳା ତ୍ୟାଗ କରିଥିଲେ । ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ କ୍ୟାନ୍ସର ତାଙ୍କ ମୃତ୍ୟୁର କାରଣ ପାଲଟିଥିଲା । 

saradasinha 123

ବିହାରର କୋକିଳକଣ୍ଠୀ ତଥା ପପୁଲାର୍ ଫୋକ୍ ସିଙ୍ଗର୍ ଶାରଦା ସିହ୍ନାଙ୍କ ଦେହାନ୍ତ ନଭେମ୍ବର ୫ ରେ ହୋଇଥିଲା । ନାଁ ଯେମିତି ଶାରଦା ତାଙ୍କ କଣ୍ଠରେ ମଧ୍ୟ ସାକ୍ଷାତ ଦେବୀ ଶାରଦାଙ୍କ ବାସ ଥିଲା ବୋଲି ଜଣାପଡୁଥିଲା । ବିହାରର ଲୋକଗୀତକୁ ବିଶ୍ବରେ ଚର୍ଚ୍ଚିତ କରିବାରେ ଶାରଦାଙ୍କ ଭୂମିକା ଅତୁଳନୀୟ କହିଲେ ଅତ୍ୟୁକ୍ତି ହେବନାହିଁ । 

vikas setty

ଟିଭି ସିରିଏଲ୍ , ୱେବ୍ ସିରିଜର ଚର୍ଚ୍ଚିତ ଚେହେରା ବିକାଶ୍ ସେଟ୍ଟୀଙ୍କ ଦେହାନ୍ତ ହୃଦଘାତ କାରଣରୁ ହୋଇଥିଲା । ସେପ୍ଟେମ୍ବର ୪ ତାରିଖରେ ୪୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ ଏହି ଅଭିନେତା ଜଣକ । 

ଏ ତ ଗଲା ଦେଶର କଥା ଚଳିତବର୍ଷ ଓଡ଼ିଶା ମଧ୍ୟ ଅନେକ ଆତ୍ମୀୟଙ୍କୁ ହରାଇ ମ୍ରିୟମାଣ । ବର୍ଷର ଶେଷ ସମୟରେ ଆସନ୍ତୁ ସେ ଅମର ଆତ୍ମାଙ୍କୁ ସୁମରିବା । 

damodar_rout

ତାଲିକାର ପ୍ରଥମ ସ୍ଥାନରେ ଆସନ୍ତି ସ୍ବର୍ଗୀୟ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମ ରାଉତ ୮୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ହୃଦଘାତ ପରେ ବ୍ରେନଡେଡ୍ ହୋଇ ଆରପାରିକୁ ଚାଲିଯାଇଥିଲେ ଓଡ଼ିଶା ଇତିହାସର ଏ ଟାଣୁଆ ନେତା । ଦାମଙ୍କ ଭଳି ନେତାଙ୍କୁ ହରାଇ ଝୁରୁଛି ଓଡ଼ିଶା , ଝୁରୁଛନ୍ତି ସମର୍ଥକ । 

shantilata barik

ମୋ ପ୍ରଭୁ ଜଗନ୍ନାଥ , ସେ ଯେ କମଳାକାନ୍ତ .. ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଭଜନ ଗାଉଥିଲେ କିନ୍ତୁ ଶ୍ରୋତାଗଣଙ୍କ ମନ ହେଉଥିଲା ଶାନ୍ତି । କହିବାକୁ ଗଲେ ମନକୁ ଶାନ୍ତି ଦେଉଥିବା ଜଣେ ଗାୟିକା ଥିଲେ ଶାନ୍ତିଲତା ବାରିକ । କିନ୍ତୁ କର୍କଟ ରୋଗରେ ପୀଡିତ ହୋଇ ଏପ୍ରିଲ୍ ୧ ତାରିଖ ରାତି ୮ ଟାରେ ସମସ୍ତଙ୍କୁ ଅଶାନ୍ତିର ସାଗରରେ ଭସାଇ ନିରବିଗଲେ ଶାନ୍ତିଲତା । 

SamirDey (1)

ଓଡ଼ିଶା ସେତେବେଳେ ସ୍ତବ୍ଧ ହୋଇଗଲା ଯେତେବେଳେ ବରିଷ୍ଠ ବିଜେପି ନେତା ସମୀର ଦେ ଦୁନିଆକୁ ଅଲବିଦା କହିଲେ । ନଭେମ୍ବର ୧୮ , ୨୦୨୪ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଥିଲେ ସମୀର ଦେ ।

vijay mohanty

ଏହି ତାଲିକାରେ ଭୁବନେଶ୍ବର ମଧ୍ୟ ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ନାଁ ମଧ୍ୟ ରହିଛି ସାମିଲ୍ । ୬୦ ବର୍ଷ ବୟସରେ ଇହଲୀଳା ତ୍ୟାଗ କରି ସଭିଁଙ୍କୁ ଶୋକର ସାଗରରେ ବୁଡ଼ାଇ ଚାଲିଗଲେ ବିଜୟ । ସୁଖ-ଦୁଃଖର ପ୍ରହେଳିକା ଭିତରେ ୨୦୨୪ ସମାପ୍ତ ହେବାକୁ ବସିଛି । ଆଶା ୨୦୨୫ କିଛି ନୂଆ ଆଶା ନେଇ ଆସିବ । ୨୪ ରେ ଦୁନିଆକୁ ଅଲବିଦା କହିଥିବା ଅମର ଆତ୍ମାଙ୍କୁ ଆମର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe