କନକ ବ୍ୟୁରୋ: କେନ୍ଦୁଝର ଆନନ୍ଦପୁର ଥାନା ଜଂଘାର ଗ୍ରାମରେ ୫ବର୍ଷୀୟ ଶିଶୁ କନ୍ୟାକୁ ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି । ଏନେଇ ଶିଶୁର ମା ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ଗତ ମଝି ରଜ ଦିନ ଅର୍ଥାତ ୧୫ ତାରିଖରେ ୫ ବର୍ଷୀୟ ଶିଶୁକନ୍ୟାଟି ଘରେ ଏକୁଟିଆ ଥିବା ବେଳେ ପରିବାର ଲୋକେ ଅନ୍ୟ ଘରେ ଥିଲେ । ଏହି ସମୟରେ ଗାଁର ଚନ୍ଦନ ନାଏକ ନାମକ ଜଣେ ଯୁବକ ଘର ଭିତରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା । ଝିଅର ପାଟି ଶୁଣି ମା ଓ ଅନ୍ୟମାନେ ଦୌଡି ଆସିବାରୁ ଚନ୍ଦନ ଦୌଡି ପଳାଇଥିଲା ।
ଝିଅଟି ଅସୁସ୍ଥ ହୋଇପଡିବାରୁ ପରିବାରଲୋକେ ଚନ୍ଦନର ବାପାଙ୍କୁ ଏ ବାବଦରେ ପଚାରିଥିଲେ। ଚ଼ନ୍ଦନର ବାପା ସଙ୍ଗେସଙ୍ଗେ ଶିଶୁକନ୍ୟାକୁ ଧରି ଡ଼ାକ୍ତର ଖାନାକୁ ଆଣି ଡ଼ାକ୍ତର ନ ଦେଖାଇ ଫେରିଯାଇ ଥିଲେ । ଶିଶୁର ବାପା, ମା ଓ ଜେଜେ ମା ଆଜି ଶିଶୁକନ୍ୟାକୁ ଧରି ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ଶିଶୁର ଚିକିତ୍ସା କରିବା ସହ ଆନନ୍ଦପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ବୁଦ୍ଧିଜୀଵୀ ମହଲରେ ଦାବି ହେଉଛି ।