କନକ ବ୍ୟୁରୋ : ପହଲଗାମ୍ ଆକ୍ରମଣର ପିଶାଚ । ଲସ୍କରର ଡେପୁଟି ଚିଫ୍ ସୈଫୁଲ୍ଲା କସୁରୀର ନିର୍ଦ୍ଦେଶରେ ଷଡ଼ଯନ୍ତ୍ର ରଚିଥିଲେ ୫ଜଣ ଆତଙ୍କବାଦୀ । ହିଜବୁଲ ମୁଜାହିଦ୍ଦିନ, ଲସ୍କର ଓ ହରକତ ଉଲ୍ ଜିହାଦ୍ର ଆତଙ୍କୀଙ୍କ ଏହି ଆକ୍ରମଣରେ ରହିଛି ସମ୍ପୃକ୍ତି । ଏମାନେ ହେଲେ ଲସ୍କରର ଅବୁ ମୁସା, ହିଜବୁଲ ମୁଜାହିଦ୍ଦିନର ଅବଦୁଲ୍ ରଫା ରସୁଲ୍, ହରକତ ଉଲ୍ ଜିହାଦ୍, ଅଲ୍ ଇସ୍ଲାମୀର ଇଦରିସ ଶାହିନ । ଏହାସହ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେଉଥିବା ଅବଦୁଲ ଖାଲିଦ ଓ ମହମ୍ମଦ ନୱାଜ ବି ପହଲଗାମ୍ ଆକ୍ରମଣରେ ରହିଛି ।
ଅନ୍ୟପଟେ ଘାଟିରେ ସକ୍ରିୟ ୩ ଆତଙ୍କବାଦୀଙ୍କ ଘରକୁ ଗତକାଲି ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ ଓ ଜାକିରର ଘରକୁ ମାଟିରେ ମିଶାଇ ଦିଆଯାଇଛି । ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି । ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା । ଆଇଇଡି ବିସ୍ଫୋରଣରେ ୩ ଆତଙ୍କବାଦୀଙ୍କ ଘରକୁ ଉଡାଇ ଦିଆଯାଇଛି । ଗତକାଲି ଭାରତୀୟ ସେନା ଦୁଇ ଆତଙ୍କବାଦୀଙ୍କ ଘର ଉଡାଇ ଦେଇଥିବା ବେଳେ ଏବେ ଆଉ ୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସେନା । ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ କରାଯାଉଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଚଳାଇଛି ଭାରତୀୟ ସେନା ।