ଭୁଶୁଡ଼ିଲା ଫାଇଭ-ଟି ସ୍କୁଲର ଛାତ : ସିଡି ସହ ଖସି ପଡିଲା ଛାତ , ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Advertisment

ଭୁଶୁଡ଼ିଲା ଫାଇଭ୍ -ଟି ସ୍କୁଲର ଛାତ   ।   ସିଡି ସହ ଛାତ ବି ଖସି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ମର୍ଦ୍ଧକୋଟ ଗାଁରେ

ଭୁଶୁଡ଼ିଲା ଫାଇଭ୍ -ଟି ସ୍କୁଲର ଛାତ   ।   ସିଡି ସହ ଛାତ ବି ଖସି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ମର୍ଦ୍ଧକୋଟ ଗାଁରେ

bhusudila

Photograph: (KanakNews )

କନକବ୍ୟୁରୋ : ଭୁଶୁଡ଼ିଲା ଫାଇଭ୍ -ଟି ସ୍କୁଲର ଛାତ   ।   ସିଡି ସହ ଛାତ ବି ଖସି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ମର୍ଦ୍ଧକୋଟ ଗାଁରେ ।  ଗାଁରେ ଥିବା ମର୍ଦ୍ଦରାଜ ହାଇସ୍କୁଲରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।  ଆଜି ଶନିବାର ସକାଳ ସ୍କୁଲ ଥିଲା ।  ପିଲାମାନେ ସ୍କୁଲରେ ସବୁ ଥିଲେ । 

ହଠାତ୍ ଛାତ ଉପରକୁ ଯିବାକୁ ଥିବା ଫାଇଭ ଟି ସ୍କୁଲର ସିଡି ସହ ଛାତ ଭୁଶୁଡ଼ି ପଡିଥିଲା ।  ମାତ୍ର ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ଛାତ ଉପରେ ନୂତନ ଭାବେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏ ଅଘଟଣ ହୋଇଛି ।  ତେବେ ନିମ୍ନ ମାନର କାମ ପାଇଁ ଏଭଳି ଘଟିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫାଇବ୍ ଟି ନାଁରେ ଏଭଳି ନିମ୍ନ ମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe