କନକ ବ୍ୟୁରୋ : ବାଲେଶ୍ବରରେ ୫ ପୁଲିସ କର୍ମଚାରୀ ସସ୍‌ପେଣ୍ଡ୍‌ । କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବାଲେଶ୍ଵର ଏସପି ଜଣେ ହାବିଲଦାର ଓ ୪ ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗାର୍ଡ ରୁମରେ ଭୋଜିଭାତ ଆସର ଜମିଥିଲ । ଘଟଣା ସଂପର୍କରେ ଜିଲ୍ଲାପାଳ ଖବର ପାଇବା ପରେ ଯାଞ୍ଚ କରିଥିଲେ । ରୁମରୁ ମଦ ବୋତଲ, ଗ୍ୟାସ ସିଲିଣ୍ଡର, ଖାଦ୍ୟପଦାର୍ଥ ଆଦି ମିଳିଥିଲା । ଏସପିଙ୍କୁ ଅବଗତ କରିବା ପରେ ନିଲମ୍ବିତ କରାଯାଇଛି । ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ନିଲମ୍ବିତ ହୋଇଥିବା ହାବିଲଦାର କିଛି ନକରି ଭୋଗିଥିବା କହିଛନ୍ତି ।