କନକ ବ୍ୟୁରୋ:  ରାସ୍ତା ଉପରେ କାନ୍ଦବୋବାଳିରେ ଫାଟି ପଡ଼ିଛି । ପୁଲିସ ପାଖରେ କରୁଣ ଗୁହାରୀ କରୁଛନ୍ତି ବାପାଙ୍କୁ ହରାଇଥିବା ପିଲା । କାନ୍ଦିକାନ୍ଦି କହୁଛନ୍ତି ବାପା ହତ୍ୟାର କାହାଣୀ । ଆଉ ଏସବୁ ପଛରେ ରହିଛି ସେହି ଅନ୍ଧବିଶ୍ୱାସ । ଗୁଣି ଗାରିଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ସୀମାବର୍ତ୍ତୀ ଛତିଶଗଡ଼ ସୁକୁମା ଜିଲ୍ଲାରେ ଏଭଳି ବର୍ବରୋଚିତ ଘଟଣା ଘଟିଛି । କୋଣ୍ଟା ଥାନା ଅନ୍ତର୍ଗତ ଏକତଲ ଗ୍ରାମରେ ହତ୍ୟାକାଣ୍ଡ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ଗାଁ ଲୋକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସୁକୁମା ଏସପି କିରଣ ଚୌହାନ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିଥିବା ସୁଚନା ମିଳିଛି ।