କୁଆଡ଼େ ଗଲେ ୫ ଓଡ଼ିଆ ? ବିସ୍ଫୋରଣ ପରେ ମିଳୁନି ପତ୍ତା

ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା । ଏଯାଏଁ ମିଳୁନି ୫ ଓଡ଼ିଆଙ୍କ ପତ୍ତା । ଗଞ୍ଜାମ, ନବରଙ୍ଗପୁର ଓ କଟକର ୫ ଓଡ଼ିଆଙ୍କୁ ଖୋଜିବାକୁ ଗଲେ ପରିବାର ଲୋକ । 

10

କନକ ବ୍ୟୁରୋ: ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାର କେମିକାଲ କାରଖାନାରେ ହୋଇଥିବା ବିସ୍ଫୋରଣ ପରେ ୫ ଜଣ ଓଡ଼ିଆଙ୍କ ପତ୍ତା ମିଳୁନି । ନିଖୋଜ ୫ ଜଣ ହେଲେ ନବରଙ୍ଗପୁର ଜିଲ୍ଲାର ଚଇତୁ ଭତ୍ରା ଓ ରମେଶ ଗୌଡ଼,  ଗଞ୍ଜାମ ଜିଲ୍ଲାର ପ୍ରଶାନ୍ତ ମହାପାତ୍ର ଓ ସିଦ୍ଧାର୍ଥ ଗୌଡ଼ ଏବଂ କଟକ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ସାହୁ । ଚଇତୁ ଭତ୍ରା ଓ ରମେଶ ଗୌଡ଼ ନବରଙ୍ଗପୁର ଝରିଗାଁ ବ୍ଲକ କୋଦଭଟା ଗାଁର । ବିସ୍ଫୋରଣ ଦିନ ସେମାନେ ସେହି କମ୍ପାନିରେ କାମ କରୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣଙ୍କର କିଛି ଖୋଜଖବର ମିଳିନାହିଁ । ଗାଁର କିଛି ଲୋକ ଏବଂ ସମ୍ପର୍କୀୟ ତେଲେଙ୍ଗାନାର ସେହି ଘଟଣାସ୍ଥଳକୁ ଯାଇଛନ୍ତି । ଡିଏନଏ ଟେଷ୍ଟ ପାଇଁ ନମୁନା ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସୂଚନା ମିଳିନଥିବାରୁ ଉଭୟ ଚଇତୁ ଭତ୍ରା ଓ ରମେଶ ଗୌଡ଼ଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରୀତିଶ ପଣ୍ଡା ଓ ଚନ୍ଦ୍ରଶେଖର ହୋତା ଘଟଣାସ୍ଥଳରେ ପହଞ୍ଚି ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି।

ତେଲେଙ୍ଗାନାରେ ଘଟିଥିବା ବିସ୍ଫୋରଣରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ସାଙ୍ଗାରେଡ୍ଡୀ ଜିଲ୍ଲାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଫାର୍ମାସ୍ୟୁଟିକାଲ୍ ୟୁନିଟରେ ଘଟିଛି । ମୃତକଙ୍କ ମଧ୍ୟରେ୫  ଜଣ ଓଡ଼ିଆ ଶ୍ରମିକ ଥଲେ । ଏହି ଘଟଣା ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଫାର୍ମାସ୍ୟୁଟିକାଲ୍ ୟୁନିଟରେ ଘଟିଛି । ଏହି କମ୍ପାନି ଔଷଧ ତିଆରି କରେ । ବିସ୍ଫୋରଣର କାରଣ ଜଣାପଡିନାହିଁ,  ତଦନ୍ତ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe