କନକ ବ୍ୟୁରୋ: ସର୍ମଥନ କରି ଅଡୁଆରେ ଫସିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସଂସଦରେ ୱାକଫ୍ ସଂଶୋଧନ ବିଲ୍ ପାରିତ ହେବ ।  ପ୍ରତିବାଦରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳରୁ ୫ ଜଣ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି । ଜେଡିୟୁରୁ ଇସ୍ତଫା ଦେଇଥିବା ନେତାମାନଙ୍କ ମଧ୍ୟରୁ ନୂଆ ନେତା ହେଉଛନ୍ତି ନଦୀମ ଅଖତର, ଯିଏକି ୱାକଫ ସଂଶୋଧନ ବିଲକୁ ସମର୍ଥନ କରିବା କାରଣରୁ ଦଳ ଛାଡିଥିବା ପଞ୍ଚମ ନେତା ଅଟନ୍ତି । ଏହାର ପ୍ରତିବାଦରେ ଦଳ ଛାଡ଼ିଥିବା ଅନ୍ୟମାନଙ୍କ ମଧ୍ୟରେ ରାଜୁ ନୈୟାର, ତବ୍ରେଜ୍ ସିଦ୍ଦିକି ଆଲିଗ, ମହମ୍ମଦ ଶାହନୱାଜ ମଲ୍ଲିକ ଏବଂ ମହମ୍ମଦ କାସିମ ଅନସାରୀ ରହିଛନ୍ତି । 

Advertisment

ଆଗାମୀ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁ ପାଇଁ ଏହି ଘଟଣା ଚିନ୍ତା ବଢାଇଥିବା ବେଳେ ଏହାର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ନିଜ ଇସ୍ତଫା ପତ୍ରରେ ରାଜୁ ନୈୟାର କହିଛନ୍ତି , ୱାକଫ୍ ସଂଶୋଧନ ବିଲ୍ କୁ ଜେଡିୟୁ ର ସମର୍ଥନରେ ସେ ଗଭୀର ଦୁଃଖିତ ଏବଂ ଏହା ଏକ କଳା ଆଇନ ଯାହା ମୁସଲମାନମାନଙ୍କ ଉପରେ ଅତ୍ୟାଚାର କରୁଛି । ୱାକଫ୍ ସଂଶୋଧନ ବିଲ୍ ପାରିତ ହୋଇ ଲୋକସଭାରେ ସମର୍ଥନ ପାଇବା ପରେ ମୁଁ ଜେଡିୟୁରୁ ଇସ୍ତଫା ଦେଉଛି ଏବଂ ଦଳର ସମସ୍ତ ଦାୟିତ୍ୱରୁ ମୁକ୍ତ ହେବାକୁ ଅନୁରୋଧ କରିଛି ।