କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲା । ଅସ୍ଥାୟୀ ପୋଲ ଉପରେ ବ୍ରିଜ୍ ଉପରେ ଚାଲୁଛି ପାଞ୍ଚ ଫୁଟ୍ର ପାଣି । କୋରାପୁଟ ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡା ଅସ୍ଥାୟୀ ପୋଲ ଉପରେ ପାଞ୍ଚ ଫୁଟ୍ର ପାଣି ପ୍ରବାହିତ ହେଉଛି । ଫଳରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି । ସାମାନ୍ୟ ବର୍ଷାହେଲେ ଅସ୍ଥାୟୀ ପୋଲଟି ବୁଡ଼ିଯାଏ । ଯଦିଓ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ଶେଷ ହୋଇ ପାରି ନାହିଁ । କାମର ମନ୍ଥର ଗତି ଓ ଜାତୀୟ କର୍ତ୍ତୃପକ୍ଷ ଏବଂ କାମ କରୁଥିବା ଠିକା କମ୍ପାନିର ମନମାନି ଯୋଗୁଁ ଏପରି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ସେପ୍ଟେମ୍ବର ମାସରେ ଠିକା ନେଇଥିବା କମ୍ପାନିର ସମୟ ସୀମା ଶେଷ ହୋଇଥିଲେ ବି ସ୍ଥାୟୀ ପୋଲର କାମ ଶେଷ ହୋଇନାହିଁ । ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।
ଅସ୍ଥାୟୀ ପୋଲ ଉପରେ ୫ ଫୁଟ ପାଣି: କୋରାପୁଟ-ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ ପୋଲ ଉପରେ ପାଣି
କୋରାପୁଟ ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡା ଅସ୍ଥାୟୀ ପୋଲ ଉପରେ ପାଞ୍ଚ ଫୁଟ୍ର ପାଣି ପ୍ରବାହିତ ହେଉଛି । ଫଳରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି ।
/kanak/media/media_files/2025/10/02/8-2025-10-02-16-48-57.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)