କନକବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁକୁ ବିତିଲାଣି ପାଞ୍ଚଦିନ । ଏବେ ବି ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିପାରୁନାହିଁ। ଶବ ବ୍ୟବଛେଦ୍ଦ ରିପୋର୍ଟ ଆସିଲେ ଜଣାପଡିବ ଛାତ୍ରୀ ଜଣଙ୍କ ଆତ୍ମହତ୍ୟ କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି । ଛାତ ସିଡ଼ି ଉପରେ ପୋଡ଼ିହୋଇ ମୃତ ଅବସ୍ଥାରେ ବସି ରହିଥିବା ଏବଂ ଶରୀରକୁ କେବୁଲ୍ ତାର ଯୋଗେ ଗ୍ରିଲ୍ରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା ।
ଫଳରେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ତେବେ ଝିଅ ନିଆଁ ଲଗାଇ ଆତ୍ମହତ୍ୟା କରିଛି ବୋଲି ଗତ ୬ ତାରିଖ ପୀଡ଼ିତାଙ୍କ ବାପା ଅଭିଯୋଗ କରିଥିଲେ। କେନ୍ଦ୍ରାପଡ଼ା ପୁଲିସର ସ୍ବତନ୍ତ୍ର ଟିମ୍ ଚେନ୍ନାଇରୁ ଅଭିଯୁକ୍ତକୁ ଉଠାଇ ଆଣି ପଚରାଉଚରା ଚଳାଇଥିଲା । ସେହିପରି ଦୁଇଥର ସାଇଣ୍ଟିଫିକ୍ ଟିମ୍ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଥିଲେ ।
ଏସ୍ପି ଶ୍ରୀ କାଟେରିଆ କ୍ରମାଗତ ତିନିଦିନ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ପହଞ୍ଚି ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହିତ ପଡ଼ୋଶୀଙ୍କ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ପୀଡ଼ିତାଙ୍କ ବାପା ପୁନର୍ବାର ଥାନାରେ ଏତଲା ଦେଇ ଝିଅର ଅଶ୍ଳୀଳ ଫଟୋ ଉଠାଇ ତାକୁ ବ୍ଲାକ୍ମେଲିଂ କରୁଥିବା ଯୁବକ ପାଇଁ ଆତ୍ମହତ୍ୟା କରିଥିବା ଦର୍ଶାଇବା ପରେ ପୁଲିସ ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/11/6-2025-08-11-07-38-47.jpg)