BMC : ବିଏମ୍‌ସି ଅଫିସ୍‌ରେ ମାଡ଼ ଘଟଣା : ସମସ୍ତଙ୍କୁ ମିଳିଲା ଜାମିନ୍‌

ଓଏଏସ ଅଫିସରଙ୍କୁ ମାଡ଼ ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଥିଲା ।

Bail

Bail Photograph: (Kanak News)

କନକ ବ୍ୟୁରୋ: ଭୁବନେଶ୍ବର ବିଏମ୍‌ସି ଅଫିସ୍‌ରେ OAS ଙ୍କୁ ମାଡ଼ ଘଟଣାରେ ୫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ।  ପୂର୍ବରୁ ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ମିଳିଥିଲା ଏହି ଘଟଣାରେ  । ଓଏଏସ ଅଫିସରଙ୍କୁ ମାଡ଼ ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଥିଲା ।

ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜିଦ୍‌ରେ ଅଟଳ ଥିଲେ ଓଏଏସ୍ ସଂଘ । ଆଜି ସଂଘ ଏକ ବୈଠକ କରି ରାଜ୍ୟ ସରକାରଙ୍କୁ ୩ ଦିନର ମହଲତ ଦିଆଯାଇଥିଲା । ସେମାନଙ୍କର ଦାବି ରହିଥିଲା, ଅଫିସରଙ୍କୁ ସୁରକ୍ଷା ଦିଆଯାଉ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଏବଂ ସର୍ବୋପରି ରାଜ୍ୟ ସରକାର ଘଟଣାକୁ ନିନ୍ଦା କରନ୍ତୁ ବୋଲି ଦାବି ରଖିଥିଲା ଓଏଏସ୍ ସଂଘ । ପରେ ଚାପ ବଢିବାରୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଥିଲା । ପରେ ପରେ ତାଙ୍କୁ ଜାମିନ ବି ମିଳିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe