କନକ ବ୍ୟୁରୋ: ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲାକୁ କ୍ରିକେଟ୍ପ୍ରେମୀମାନେ ଅପେକ୍ଷା କରିଥିବାବେଳେ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ସାଜିଛି ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା । ସେ ଏହି ମ୍ୟାଚ୍ରେ ଖେଳିବାନେଇ ଏବେ ବି ସନ୍ଦେହ ଦୂର ହୋଇନାହିଁ । କାରଣ ପେଟ ସଂକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସ୍ବାଭାବିକ ହେଉଥିଲେ ବି ସେ ଏବେ ବି ଦୁର୍ବଳ ଅନୁଭବ କରୁଛନ୍ତି । ଏପରିକି ତାଙ୍କର ୨ କିଲୋଗ୍ରାମ୍ ଓଜନ କମିଯାଇଛି ବୋଲି ସେ ନିଜେ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଏହା ବି ପଢ଼ନ୍ତୁ: ତାରିକ୍ଙ୍କ ପାଇଁ କିଛି ଯୋଜନା ନାହିଁ: ଈଶାନ
ଅର୍ଶଦୀପ ସିଂଙ୍କ ଦ୍ବାରା ସେୟାର୍ କରାଯାଇଥିବା ଏକ ଭିଡିଓରେ ସେ କହିଛନ୍ତି ଯେ ସେ ଏବେ କେବଳ ଭାତ,ଡାଲି ପରି ହାଲକା ଖାଦ୍ୟ ଖାଉଛନ୍ତି । ସେ ଶୁକ୍ରବାର ଅଳ୍ପସମୟ ପାଇଁ ଅଭ୍ୟାସ କରିଥିଲେ ବି ରବିବାର ସେ ଖେଳିବା ନେଇ ସନ୍ଦେହ ଲାଗି ରହିଛି । ଏପରି ସ୍ଥିତିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ବୟାନ ଚିନ୍ତା ବଢାଇ ଦେଇଛି । ସେ କହିଛନ୍ତି ଯେ ଅଭିଷେକ ଏବେ ବି ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ଓ ସେ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ଖେଳି ନପାରନ୍ତି । କିନ୍ତୁ ସ୍ପିନର ବରୁଣ ଚକ୍ରବର୍ତ୍ତିଙ୍କ ଏକ ବୟାନ ଆଶାର ଆଲୋକ ଦେଖାଇଛି । ସେ କହିଛନ୍ତି ଯେ ଅଭିଷେକ ସୁସ୍ଥ ହେଉଛନ୍ତି ଓ ସେ ଆଜି ଅଭ୍ୟାସ ମଧ୍ୟ କରିଥିଲେ । ଦଳକୁ ଫେରିବା ନେଇ ସେ ଆଶାବାଦୀ ବୋଲି ବରୁଣ କହିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭିଷେକ ଫିଟ୍ ନ ହେଲେ ପୁଣି ଥରେ ସଂଜୁ ସାମସନ୍ଙ୍କୁ ସାମିଲ୍ କରାଯିବାର ସମ୍ଭାବନା ରହିଛି ।
Follow Us