କନକ ବ୍ୟୁରୋ : ରାଜନଗର ଗହୀରମଥାରେ ମାଛ ମାଫିଆଙ୍କ ଆତଙ୍କରାଜ । ସାମୁଦ୍ରିକ ଅଭୟାରଣ୍ୟରେ ପଶିଲେ । ମାଛ ମାରିଲେ,ବନ ବିଭାଗ ଅଟକାଇବାରୁ ଗୁଳି ଚଳାଇଲେ । ସମୁଦ୍ର ଭିତରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଚନ୍ତି ମାଛ ମାଫିଆ । ବେଆଇନ ଭାବେ ମାଛ ମାରୁଥିବା ସମୟରେ ୩ଟି ଟ୍ରଲର ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଥିଲା ବନ ବିଭାଗ । ଏହି ସମୟରେ ୬ଟି ଟ୍ରଲରରେ ମାଛ ମାଫିଆମାନେ ଆସିବା ସହ ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଅଟକ ଥିବା ମତ୍ସ୍ୟଜୀବୀଙ୍କ ସହ ଜବତ ମାଛକୁ ମଧ୍ୟ ଛଡ଼ାଇ ନେଇଛନ୍ତି । ଏହି ଘଟଣା ଏବେ ଗହୀରମଥାରେ ଚାଲିଥିବା ମାଛ ମାଫିଆଙ୍କ ଦୌରାତ୍ମ୍ୟକୁ ପଦାରେ ପକାଇଛି । ସାମୁଦ୍ରିକ ଅଭୟାରଣ୍ୟ ଏବେ ଅସୁରଖିତ ହୋଇପଡ଼ିଛି ।
ଗହୀରମଥାରେ ମାଛ ମାଫିଆଙ୍କ ଆତଙ୍କରାଜ; ଅଭୟାରଣ୍ୟରେ ପାଟ୍ରୋଲିଂ ଟିମ୍ ଉପରେ କଲେ ଆକ୍ରମଣ
ରାଜନଗର ଗହୀରମଥାରେ ମାଛ ମାଫିଆଙ୍କ ଆତଙ୍କରାଜ । ସାମୁଦ୍ରିକ ଅଭୟାରଣ୍ୟରେ ପଶିଲେ । ମାଛ ମାରିଲେ,ବନ ବିଭାଗ ଅଟକାଇବାରୁ ଗୁଳି ଚଳାଇଲେ । ସମୁଦ୍ର ଭିତରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଚନ୍ତି ମାଛ ମାଫିଆ । ବେଆଇନ ଭାବେ ମାଛ ମାରୁଥିବା ସମୟରେ ୩ଟି ଟ୍ରଲର ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଥିଲା ବନ ବିଭାଗ ।
/kanak/media/media_files/2025/01/12/9JA9podmY66rQ3IdTg67.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)