କନକ ବ୍ୟୁରୋ : କିଛି ଲୋକଙ୍କ ପାଇଁ ୧୯୭୧ ଯୁଦ୍ଧ, ଯେତେବେଳେ ଭାରତ ଓ ବାଂଲାଦେଶ ଅଲଗା ହୋଇଥିଲା ତାହାର କିଛି ଦୃଶ୍ୟ ଆସନ୍ତା କାଲି ସେମାନଙ୍କ ମନରେ ତାଜା ହେବାକୁ ଯାଉଛି । କାରଣ  କେନ୍ଦ୍ରସରକାର ଉତ୍ତର ଭାରତ ଓ ପଶ୍ଚିମ ରାଜ୍ୟ ସହ କିଛି କେନ୍ଦ୍ର ଶାସିତ ଅଞ୍ଚଳକୁ ସିଭିଲ ଡିଫେନ୍ସ ମକଡ୍ରିଲ ଆସନ୍ତା କାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଏହି ନିର୍ଦ୍ଦେଶ ମେ ୫ ତାରିଖରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହ ବଢୁଥିବା ଯୁଦ୍ଧ ଆଶଙ୍କା ଭିତରେ ଦିଆଯାଇଛି ।

Advertisment

ଅଗ୍ନିଶମ ସେବାର ମହାନିଦ୍ଦେଶକ ନାଗରିକ ସୁରକ୍ଷା ଓ ହୋମଗାର୍ଡସଙ୍କ ପାଇଁ ଲେଖାଯାଇଥିବା ଚିଠିରେ କୁହାଯାଇଛି କି, ଏବେର ଭୂ-ରାଜନୈତିକ ପରିଦୃଶ୍ୟରେ ନୂଆ ଓ ଜଟିଳ ସମସ୍ୟା ଦେଖାଦେଇଛି । ଏଣୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନେ ପ୍ରତିଟି ସମୟରେ ନାଗରିକଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ଜରୁରୀ । ଭାରତ ପାଇଁ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୧୯୯୯ କାରଗିଲ୍ ଯୁଦ୍ଧ ବେଳେ ମଧ୍ୟ ଏଭଳି ସାମରିକ ଅଭ୍ୟାସ କରାଯାଇନଥିଲା । 

ଏହି ମକଡ୍ରିଲରେ କ'ଣ କ'ଣ ସାମିଲ ହେବ ?
ନାଗରିକ ଆସନ୍ତା କାଲି ଏହାକୁ ନେଇ କ'ଣ ଆଶା କରିବେ ?

ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଉତ୍ତର ଓ ପଶ୍ଚିମର ଅନେକ ରାଜ୍ୟକୁ ନାଗରିକଙ୍କ ସୁରକ୍ଷା ପାଇଁ ମକଡ୍ରିଲ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଜିଲ୍ଲା ପ୍ରଶାସନ, ଜିଲ୍ଲାର ବିଭିନ୍ନ ପଦାଧିକାରୀ, ନାଗରିକ ସୁରକ୍ଷା ୱାଡେନ୍, ସ୍ୱଂୟସେବକ, ହୋମଗାର୍ଡ, ରାଷ୍ଟ୍ରୀୟ କ୍ୟାଡେଟ୍ କୋର ବା ଏନସିସି, ରାଷ୍ଟ୍ରୀୟ ସେବା ଯୋଜନା ବା ଏନଏସଏସ, ନେହରୁ ଯୁବା ସଂଗଠନ, କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ଏଥିରେ ଭାଗ ନେବାକୁ କୁହାଯାଇଛି । 

ଆସନ୍ତା କାଲି ଅର୍ଥାତ ମେ'୭ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ମକଡ୍ରିଲ୍ ଆୟୋଜିତ ହେବାକୁ ଯାଉଛି । ଏହି ମକଡ୍ରିଲରେ ଆକାଶ ପଥରୁ ଆକ୍ରମଣ ହେଲେ କିଭଳି ନିଜକୁ ସୁରକ୍ଷିତ ରଖାଯାଇପାରିବ ତା ଉପରେ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ କଥା ହେଉଛି ଯଦି କୌଣସି ସହର ଉପରେ ଆକାଶମାର୍ଗରୁ ପାକିସ୍ତାନ ଆକ୍ରମଣ କରେ ତେବେ ସେଠାରେ ଜରୁରୀକାଳୀନ ସାଇରନ୍ ବାଜିବ । ଏହି କ୍ରମରେ ନାଗରିକମାନେ କେଉଁ କେଉଁ ସ୍ଥାନରେ ଲୁଚି ପାରିବେ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବ । 

୧୯୭୧ ବେଳେ ଭାରତୀୟ ସେନା ତରଫରୁ କରାଯାଇଥିବା ମକଡ୍ରିଲ ଦେଖିଥିବା କିଛି ଲୋକଙ୍କ କହିବା ମୁତାବକ ସେତେବେଳେ ନିଜ ନିଜ ଘରର କାଚକୁ କାଗଜ ସହାୟତା ଢାଙ୍କିବାକୁ ପଡିଥିଲା । କିଛି ବିଶେଷଜ୍ଞଙ୍କ ମତ ହେଉଛି ଭାରତ ସରକାର ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦେବା ପରେ ଭାରତ ଓ ପାକିସ୍ତାନ ମଧ୍ୟ ଯୁଦ୍ଧ ଆଶଙ୍କା ସୁନିଶ୍ଚିତ ହେବାରେ ଲାଗିଛି ।