ବଢ଼ିବ ବାୟୁସେନାର ଶକ୍ତି । ଅକ୍ଟୋବର ଶେଷ ସୁଦ୍ଧା ସେନାରେ ସାମିଲ ହେବ ନୂଆ ତେଜସ୍

Advertisment

ଅକ୍ଟୋବର ଶେଷ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ ତେଜସର ଅପଗ୍ରେଡେଡ୍ ଭର୍ସନ ଏମକେ-ୱାନ ଏ । ତେଜସର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ସେନାରେ ସାମିଲ ହେଉଥିବା ଶୁଣି ଶତ୍ରୁରାଷ୍ଟ୍ର ପାକିସ୍ତାନ ଓ ଚୀନ ମଧ୍ୟରେ ଛନକା ପଶିଛି।

ଅକ୍ଟୋବର ଶେଷ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ ତେଜସର ଅପଗ୍ରେଡେଡ୍ ଭର୍ସନ ଏମକେ-ୱାନ ଏ । ତେଜସର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ସେନାରେ ସାମିଲ ହେଉଥିବା ଶୁଣି ଶତ୍ରୁରାଷ୍ଟ୍ର ପାକିସ୍ତାନ ଓ ଚୀନ ମଧ୍ୟରେ ଛନକା ପଶିଛି।

airforce tejas

କନକ ବ୍ୟୁରୋ: ଅକ୍ଟୋବର ଶେଷ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ ତେଜସର ଅପଗ୍ରେଡେଡ୍ ଭର୍ସନ ଏମକେ-ୱାନ ଏ । ତେଜସର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ସେନାରେ ସାମିଲ ହେଉଥିବା ଶୁଣି ଶତ୍ରୁରାଷ୍ଟ୍ର ପାକିସ୍ତାନ ଓ ଚୀନ ମଧ୍ୟରେ ଛନକା ପଶିଛି। ଆସନ୍ତା ମାସରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ପକ୍ଷରୁ ବାୟୁସେନାକୁ ତେଜସ ୪ର୍ଥ ପୀଢିର ୮୩ଟି ଲଢୁଆ ଏମକେ-ୱାନ ଏ ଯୁଦ୍ଧ ବିମାନ ଯୋଗାଇ ଦିଆଯିବ। ତେଜସ୍ ଯୁଦ୍ଧ ବିମାନ ହେଉଛି ଭାରତୀୟ ବାୟୁସେନାର ସ୍ୱଦେଶୀ ମାରାତ୍ମକ ଅସ୍ତ୍ର। ଭାରତୀୟ ବାୟୁସେନାର ତେଜସ୍ ବର୍ତ୍ତମାନ ଅଧିକ ମାରାତ୍ମକ, ଅଧିକ ଶକ୍ତିଶାଳୀ ଏବଂ ଅଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛି। ବାୟୁସେନାରେ ସାମିଲ ହେବା ପୂର୍ବରୁ ଏହି ଯୁଦ୍ଧବିମାନ ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି। ଯୁଦ୍ଧର କଠିନ ସମୟରେ, ଖରାପ ପାଣିପାଗରେ କିପରି ଏହା ଶତ୍ରୁମାନଙ୍କୁ ଚକମା ଦେଇ ଟାର୍ଗେଟକୁ ବିଧ୍ବଂସ କରିପାରିବ ସେନେଇ ଏହାକୁ ପ୍ରସ୍ତୁତ କରାଯାଉଛି।

ବଢିବ ବାୟୁସେନାର ଶକ୍ତି

  • ‘ତେଜସ ଏମକେ-ୱାନ ଏ’ରେ ରହିଛି ଅତ୍ୟାଧୁନିକ ସୁବିଧା
  • ତେଜସ ଏମକେ-ୱାନ ଏ ଯୁଦ୍ଧ ବିମାନରେ ଡିଜିଟାଲ ଫ୍ଲାଇଂ ୱାୟର ଫ୍ଲାଇଟ୍ କଂଟ୍ରୋଲ କମ୍ପ୍ୟୁଟର ଡିଏଫସିସି ଲଗାଯାଇଛି
  • ଡିଏଫସିସି ଅର୍ଥାତ ଏହି ଯୁଦ୍ଧ ବିମାନରୁ ମାନୁଆଲ ଫ୍ଲାଇଟ କଂଟ୍ରୋଲ ହଟାଇ ଡିଜିଟାଲ ଇଣ୍ଟରଫେସ ଇନଷ୍ଟାଲ କରିବା
  • ତେଜସ ଏମକେ-ୱାନ ଏର କମ୍ପ୍ୟୁଟର ଫାଇଟର ଜେଟ୍ ଅଟୋପାଇଲଟ ମୋଡ଼ରେ ଉଡ଼ାଣ ସମୟରେ ବି ପାଇଲଟଙ୍କ ନିୟନ୍ତ୍ରଣରେ ରହିବ
  • ଫ୍ଲାଏ ବାଏ ଏୟାର ସିଷ୍ଟମ ଯୁଦ୍ଧ ବିମାନକୁ ନିୟନ୍ତ୍ରିତ କରିଥାଏ
  • ଏହି ସିଷ୍ଟମରେ ରାଡ଼ାର, ଏଲିବେଟର, ଏଲିସନ, ପ୍ଲେପ୍ସ ଓ ଇଞ୍ଜିନର ନିୟନ୍ତ୍ରଣ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ କରାଯିବ
  • ଡିଏଫସିସି ସିଷ୍ଟମ ଦ୍ବାର ତେଜସ ଏମକେ-ୱାନ ଏ ଯୁଦ୍ଧ ବିମାନ ଦୁନିଆର ଶକ୍ତିଶାଳୀ ଯୁଦ୍ଧ ବିମାନ ତାଲିକାରେ ସାମିଲ ହେବ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe