କନକ ବ୍ୟୁରୋ: ପୁରୀ ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ କ୍ଷତି ସହିଥିବା ଚାଷୀଙ୍କୁ ମିଳିଲା ପ୍ରଥମ ପର୍ୟ୍ୟାୟ କ୍ଷତିପୂରଣ । ଚାଷୀଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ ପର୍ୟ୍ୟାୟ ବୀମା ଟଙ୍କା । ପୁରୀ ଜିଲ୍ଲାରେ ଏକ ଲକ୍ଷ ୨୩ ହଜାର ଚାଷୀଙ୍କର ରହିଛି ଫସଲ ବୀମା । ସେଥିରୁ ୫୬ ହଜାର ଚାଷୀ କ୍ଷତିପୂରଣ ନେଇ ଅନଲାଇନରେ ଆବେଦନ କରିଥିଲେ । ଆଉ ପ୍ରଥମ ପର୍ୟ୍ୟାୟରେ, ୧୬ ହଜାର ୯୫ ଚାଷୀଙ୍କୁ ୨୫ ପ୍ରତିଶତ ହିସାବରେ କ୍ଷତିପୂରଣ ମିଳିଚି। ଚାଷୀଙ୍କୁ ବୀମା କ୍ଷତିପୂରଣ ମିଳିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ।
ଚାଷୀଙ୍କୁ ମିଳିଲା କ୍ଷତିପୂରଣ ; ପିପିଲି କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଥମ ପର୍ୟ୍ୟାୟ କ୍ଷତିପୂରଣ ରାଶି
ହସ୍ତାନ୍ତର ଅଦିନିଆରେ ବର୍ଷାରେ ଚାଷୀଙ୍କୁ ମିଳିଲା ବୀମା କ୍ଷତିପୂରଣ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଥମ ପର୍ୟ୍ୟାୟ ସହାୟତା ହସ୍ତାନ୍ତର । ୫୬ହଜାର ଆବେଦନକାରୀଙ୍କ ମଧ୍ୟରୁ ୧୬ ହଜାର ୯୫ଜଣଙ୍କୁ ମିଳିଛି ଟଙ୍କା ।
/kanak/media/media_files/2025/01/10/fqKG9Ehl8OSYXHKRSesb.jpg)