ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ, ଇଭିଏମରେ ବନ୍ଦ ହେଲା ୧୨୧ ଆସନର ୧ ହଜାର ୩୧୪ ପ୍ରାର୍ଥୀଙ୍କ ଭାଗ୍ୟ

ପ୍ରଥମ ପର୍ଯ୍ୟାୟ  ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀର ୪୫,୩୪୧ ମତଦାନ କେନ୍ଦ୍ରରେ ଜନତା ଜନାର୍ଦ୍ଦନ ଭୋଟ୍‌ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୬ ଜଣ ମନ୍ତ୍ରୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତୁ ୧୬ ମନ୍ତ୍ରୀଙ୍କ ମଧ୍ୟରୁ ୪ ବଡ଼ ମନ୍ତ୍ରୀଙ୍କ ବିପକ୍ଷରେ କିଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି..

bihar

କନକ ବ୍ୟୁରୋ : ବିହାର ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଶେଷ ହୋଇଛି  । ୪୫ହଜାର ୩୪୧ଟି ବୁଥରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଚାଲିଥିଲା। ପ୍ରଥମ ପର୍ଯ୍ୟାୟରେ, ବର୍ତ୍ତମାନର ସରକାରଙ୍କ ଉଭୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା, ଆରଜେଡି ନେତା ତେଜସ୍ୱୀ ଯାଦବ, ତାଙ୍କ ବଡ଼ ଭାଇ ତେଜ ପ୍ରତାପ ଯାଦବ, ବାହୁବଳୀ ବିଧାୟକ ଅନନ୍ତ ସିଂହ ଏବଂ ଅନେକ ବଡ଼ ନାମ ନିର୍ବାଚନ ମଇଦାନରେ ଅଛନ୍ତି ।

ପ୍ରଥମ ପର୍ଯ୍ୟାୟ  ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀର ୪୫,୩୪୧ ମତଦାନ କେନ୍ଦ୍ରରେ ଜନତା ଜନାର୍ଦ୍ଦନ ଭୋଟ୍‌ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୬ ଜଣ ମନ୍ତ୍ରୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତୁ ୧୬ ମନ୍ତ୍ରୀଙ୍କ ମଧ୍ୟରୁ ୪ ବଡ଼ ମନ୍ତ୍ରୀଙ୍କ ବିପକ୍ଷରେ କିଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି..

ପଞ୍ଚାୟତ ନିର୍ବାଚନ ପାଇଁ ମୋହନ ସରକାରଙ୍କ ବଡ଼ ପ୍ରସ୍ତୁତି, ଆସୁଛି ମୁଖ୍ୟମନ୍ତ୍ରୀଙ୍କ ମିସନ ପାୱାର, ଡେଡଲାଇନ୍ ନୁହେଁ ଏବେ ସିଧା ଟାଇମଲାଇନ୍

ବିଜୟ ସିହ୍ନା , ଲଖୀସରାଇରେ ବିଜେପିର ବିଜୟ କୁମାର ସିହ୍ନା କଂଗ୍ରେସର ଅମରେଶ କୁମାର ଅନିଶଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ବିଜେପିର ମୂଳ ଭୋଟରଙ୍କୁ ଧ୍ୟାନରେ ରଖି ଜନ ସୁରାଜ୍‌ ଭୂମିହାର ସମ୍ପ୍ରଦାୟର ଜଣେ ଶିକ୍ଷାବିତ୍ ସୁରଜ କୁମାରଙ୍କୁ ପ୍ରାର୍ଥୀ କରିଛି। ରାଷ୍ଟ୍ରୀୟ ଜନତା ଦଳ ତାରାପୁରରେ ବିଜେପିର ସମ୍ରାଟ ଚୌଧୁରୀଙ୍କ ବିପକ୍ଷରେ ଅରୁଣ ଶାହଙ୍କୁ ପ୍ରାର୍ଥୀ କରିଛି । ଜନ ସୁରାଜ୍ ଏହି ଆସନରେ ବିଜେପିର ମୂଳ ଭୋଟରମାନଙ୍କୁ ଟାର୍ଗେଟ କରୁଛି ତେଣୁ ଦଳ ଡାକ୍ତରଙ୍କୁ ପ୍ରାର୍ଥୀ କରିଛି । ଡକ୍ଟର ସନ୍ତୋଷ ସିଂହ  ଉପମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢିଛନ୍ତି

ରତ୍ନେଶ ସର୍ଦା(ଅବକାରୀ ଏବଂ ପଞ୍ଜୀକରଣ ବିଭାଗ) ଜେଡିୟୁ ସହରସା ଜିଲ୍ଲାର ସୋନବର୍ଷା ଆସନରେ କଂଗ୍ରେସ ର ସରିତା ଦେବୀ ଜେଡିୟୁର ରତ୍ନେଶ ସଦାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା । ଜନ ସୁରାଜ୍ ଏହି ସଂରକ୍ଷିତ ଆସନରେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟେନ୍ଦ୍ର ହାଜରାଙ୍କୁ ପ୍ରାର୍ଥୀ କରିଛି। 

ନୂଆପଡ଼ାରେ ବିଶାଳ ଶୋଭାଯାତ୍ରା କରି ଜୟଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ, ମଞ୍ଚରୁ ନବୀନଙ୍କୁ କଲେ ଟାର୍ଗେଟ୍

ଦରଭଙ୍ଗା (ସଦର)ରେ ବିଜେପିର ସଞ୍ଜୟ ସରାୱାଗି ଭିଆଇପିର ଉମେଶ ସାହାଣୀଙ୍କ ସହ ମୁକାବିଲା କରୁଛନ୍ତି । ଅବସରପ୍ରାପ୍ତ ଇନ୍ସପେକ୍ଟର ଜେନେରାଲ ଆରକେ ମିଶ୍ର ଜନ ସୁରାଜ୍‌ରୁ ନିର୍ବାଚନ ଲଢିଛନ୍ତି । 

ବିହାର ରାଜନିତୀରେ ଆଉ ଏକ ରୋଚକ ଦୃଶ୍ୟ ଆସିଥିଲା ଲାଲୁଙ୍କ ପରିବାରରୁ ଯେତେବେଳେ ପୁଅ ତେଜପ୍ରତାପ ଆରଜେଡିରୁ ଅଲଗା ନିଜ ଦଳ ଗଠନ କଲେ ଏବଂ ଏନଡିଏ ଅପେକ୍ଷା ନିଜ ଭାଇ ଓ ଆରଜେଡିକୁ ସମାଲୋଚନା କରିବାର ସୁଯୋଗକୁ ହାତ ଛଡା କରିନଥିଲେ । ପ୍ରଥମ ପର୍ୟ୍ୟାୟରେ ଲଡୁଛନ୍ତି ଦୁଇ ଭାଇ ,ଆଉ ଏତିକିବେଳେ ଚର୍ଚ୍ଚା ହେଉଛି ପାସ୍‌ ହେବେ ତ ଦୁଇ ଭାଇ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe