କନକବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଜେପିସିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ପିପି ଚୌଧୁରୀ ଜେପିସି ସଦସ୍ୟଙ୍କ ଏନେଇ ସହମତି ସୃଷ୍ଟି ପାଇଁ ଅନୁରୋଧ କରିଥିବା ବେଳେ ଏହାକୁ ବିରୋଧ କରାଯାଇଛି । ଏହି ବୈଠକରେ ଆଇନ ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ୧୮ହଜାର ପୃଷ୍ଠାର ଏକ ବିସ୍ତୃତ ରିପୋର୍ଟ ଜେପିସିର ସଦସ୍ୟ ମାନଙ୍କୁ ହସ୍ତାନ୍ତର କରାଯାଇଛି । ଗତ ଶୀତ ଅଧିବେଶନ କାଳରେ ଏହି ବିଲଟି ସଂସଦରେ ଆଗତ ହୋଇଥିବା ବେଳେ ଅଧିକ ଚର୍ଚ୍ଚା ଆଲୋଚନା ପାଇଁ ଏହାକୁ ଜେପିସିକୁ ପଠାଇ ଦିଆଯାଇଛି ।