ନାସା ଅଭିଯାନରେ ଭାରତୀୟ ପାଇଲଟ । ଖୁବଶୀଘ୍ର ମହାକାଶକୁ ଯିବେ ଶୁଭାଂଶୁ ।

Advertisment

ନାସା ଅଭିଯାନରେ ଭାରତୀୟ ବାୟୁସେନା ପାଇଲଟ । ମିଶନ୍‌-ଫୋର୍ ଅଭିଯାନରେ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌କୁ ଯିବେ ଶୁଭାଂଶୁ ଶୁକ୍ଳା । ପ୍ରଥମ ଭାରତୀୟ ଭାବେ ଆଇଏସଏସ ଯିବାରେ କରିବେ ରେକର୍ଡ ।

ନାସା ଅଭିଯାନରେ ଭାରତୀୟ ବାୟୁସେନା ପାଇଲଟ । ମିଶନ୍‌-ଫୋର୍ ଅଭିଯାନରେ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌କୁ ଯିବେ ଶୁଭାଂଶୁ ଶୁକ୍ଳା । ପ୍ରଥମ ଭାରତୀୟ ଭାବେ ଆଇଏସଏସ ଯିବାରେ କରିବେ ରେକର୍ଡ ।

Space Station

କନକ ବ୍ୟୁରୋ: ନାସା ଅଭିଯାନରେ ଭାରତୀୟ ଯବାନ । ଭାରତୀୟ ବାୟୁସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ନାସାର ମିଶନ୍‌ - ଫୋର ଅଭିଯାନରେ ସାମିଲ ହୋଇଛନ୍ତି । ମିଶନ୍‌ ଫୋର୍‌ ଅଭିଯାନର ପାଇଲଟ ଭାବେ ଶୁଭାଂଶୁଙ୍କୁ ବଛା ଯାଇଛି । ଖୁବଶୀଘ୍ର ମହାକାଶକୁ ଯିବେ ଶୁଭାଂଶୁ । ସ୍ପେଶ୍-ଏକ୍ସର ଡ୍ରାଗନ୍ ସ୍ପେଶ୍ କ୍ରାଫ୍ଟକୁ ନେଇ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯିବେ ଶୁଭାଂଶୁ । ପ୍ରଥମ ଭାରତୀୟ ବାୟୁସେନାର ପାଇଲଟ୍ ଭାବେ ଶୁଭାଂଶୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯିବେ । ଏହା ପୂର୍ବରୁ ଇସ୍ରୋର ଗଗନଯାନ ଅଭିଯାନ ପାଇଁ ଚୟନ ହୋଇ ଟ୍ରେନିଂ ନେଇ ସାରିଛନ୍ତି ଶୁଭାଂଶୁ । ପେଗି ହ୍ବିଟସନ୍ ମିଶନ୍‌ ଫୋର ଅଭିଯାନର କମାଣ୍ଡ ସମ୍ଭାଳିବେ । ଆଉ ଏହି ମିଶନ୍‌ର ପାଇଲଟ ହେବେ ଶୁଭାଂଶୁ । ଏପ୍ରିଲ-ଜୁନ୍ ମାସ ମଧ୍ୟରେ ଏମାନେ ମହାକାଶକୁ ଯିବେ । ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ଦ୍ବିତୀୟ ଭାରତୀୟ ହେବାକୁ ଯାଉଛନ୍ତି ଶୁଭାଂଶୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe