କନକ ବ୍ୟୁରୋ; ସରକାରୀ ଟଙ୍କା ହଡପ କରି ହରଡଘଣାରେ ପଡିଛନ୍ତି ଏସଏଚଜି ମହିଳା । ଜଗତସିଂହପୁର ନାଉଗାଁ ଥାନା କୁରୁକି ଅଂଚଳରୁ ଏଭଳି ସମ୍ବେଦନଶୀଳ ଅଭିଯୋଗ ଆସିଛି । ଗାଈ କିଣା ଟଙ୍କା ହଡପ କରି ବନ୍ଧା ହୋଇଛନ୍ତି ଏସଏଚଜି ମହିଳା । ଘଟଣାରେ ୮ଜଣ ମହିଳାଙ୍କୁ ବାନ୍ଧିଛି ଭିଜିଲାନ୍ସ । ଭିଜିଲାନ୍ସର ଅଭିଯୋଗ ଅନୁସାରେ, ସ୍ବର୍ଣ୍ଣ ଜୟନ୍ତୀ ସ୍ବରୋଜଗୋର ଯୋଜନାରେ ଗାଈ କିଣିବାକୁ ଟଙ୍କା ନେଇଥିଲେ ଏସଏଚଜି ମହିଳା ଗ୍ରୁପ । କିନ୍ତୁ ଗାଇ ନ କିଣି ବାଟବଣା କରିଥିଲେ ଟଙ୍କା । ସଂପୃକ୍ତ ମହିଳାଙ୍କ ନାଁରେ ମାମଲା ହେବା ପରେ ବି ଦେଢବର୍ଷକାଳ ଗିରଫଦାରୀକୁ ଏଡାଇ ଭିଜିଲାନ୍ସକୁ ଚକମା ଦେଖାଉଥିଲେ । ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ପିଙ୍ଗଳ କୋଡ ଅନୁଯାୟୀ ସେମାନଙ୍କ ବିରୋଧରେ ଚାର୍ଜସିଟ କରି କୋର୍ଟ ଫରୱାର୍ଡ କରିଥିଲା ଭିଜିଲାନ୍ସ ।
ସରସ୍ବତୀ ସ୍ୱୟଂ ସହାୟକ ଗୋଷ୍ଠୀ ନାମକ ମହିଳା ଗୋଷ୍ଠୀ ଅଢେଇ ଲକ୍ଷ ଟଙ୍କା ଅନିୟମିତତା କରିଥିବା ଭିଜିଲାନ୍ସ ରେ ଅଭିଯୋଗ ହୋଇଥିଲା ।
୨୦୦୨ ମସିହାରେ ୨୦ଜଣ ମହିଳାଙ୍କୁ ନେଇ ଏସଏଚଜି ଗୋଷ୍ଠୀ ଗଠନ ହୋଇଥିଲା
ତିନି ଜଣ ମହିଳା ଗୋଷ୍ଠୀରୁ ବାହାରି ଯାଇଥିଲେ
ବାକି ୧୭ଜଣ ମହିଳା ଗୋ ପାଳନ ନିମନ୍ତେ ୪,୯୦,୦୦୦ଟଙ୍କା ଋଣ ଆଣିଥିଲେ
ସବସିଡି ବାବଦକୁ ୨,୫୦,୦୦୦ ଟଙ୍କା ଥିଲା
ସବସିଡ଼ି ଅର୍ଥକୁ ସଭାପତି ଓ ସମ୍ପାଦକ ଆତ୍ମସାତ କରିଥିଲେ
ବାକି ଟଙ୍କାକୁ ମଧ୍ୟ ୧୦ଜଣ ସଦସ୍ୟ ମିଶି ବାଣ୍ଟି ନେଇଥିଲେ
ଅନ୍ୟ ୭ ଜଣ ସଦସ୍ୟଙ୍କୁ କୌଣସି ଟଙ୍କା ନଦେବାରୁ ସେମାନେ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଏହାର ତଦନ୍ତ କରି ଆଠ ଜଣ ମହିଳା ସଦସ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଶେଷରେ ସେମାନେ ଗିରଫ ହୋଇଛନ୍ତି ।
ଗିରଫ ମହିଳାଙ୍କ ବୟସ ୭୦ରୁ ଅଧିକ ହୋଇଥିବାରୁ ଭିଜିଲାନ୍ସ ସେମାନଙ୍କୁ ଜାମିନ ଦେଇଛନ୍ତି । ଗାଈ ନ କିଣି ସରକାରୀ ଟଙ୍କା ହଡପ କରିଥିବାରୁ ଏହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାରେ ବିଷୟ ହୋଇଛି ।
ବନ୍ଧାହେଲେ ମିସନଶକ୍ତି ମହିଳା, ଗାଈ ନ କିଣି ସରକାରୀ ଟଙ୍କା ହଡ଼ପ
ରାଜ୍ୟରେ ପ୍ରଥମ, ଏସଏଚଜିରେ ପଶିଲା ଭିଜିଲାନ୍ସ । ୮ ମିଶନ ଶକ୍ତି ମହିଳା ହାତରେ ପଡିଲା ହାତକଡି ।
/kanak/media/media_files/2025/09/04/shg-2025-09-04-19-46-30.jpg)