କନକ ବ୍ୟୁରୋ : ଡକ୍ଟର ଭାରତୀ ଦାସ ମୁମ୍ବାଇର ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ (IAP) ଅଧୀନରେ ଥିବା ଇଣ୍ଡିଆନ୍ କଲେଜ୍ ଅଫ୍ ପେଡିଆଟ୍ରିକ୍ସ (ICP)ରୁ ଶିଶୁ ଏବଂ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ପାଠ୍ୟକ୍ରମ ସଫଳତାର ସହ ସମାପ୍ତ କରିଛନ୍ତି । ଏହି ପାଠ୍ୟକ୍ରମ ସମାଜକୁ ବହୁଳ ଭାବରେ ସାହାଯ୍ୟ କରିବ । ସେ ହେଉଛନ୍ତି ଏକମାତ୍ର ଏବଂ ପ୍ରଥମ ଓଡ଼ିଆ ଶିଶୁରୋଗ ବିଶେଷଜ୍ଞ ସହ ହୃଦରୋଗ ବିଶେଷଜ୍ଞ ଯିଏକି ପ୍ରଥମ ବ୍ୟାଚର ଛାତ୍ରୀ ଭାବରେ ଏହି ପ୍ରମାଣପତ୍ର ପାଇଛନ୍ତି ।
ଡ.ଭାରତୀ ଦାସ ଜଣେ ଆଗ୍ରହୀ ହୃଦରୋଗ ବିଶେଷଜ୍ଞ, କିନ୍ତୁ ବୃତ୍ତିରେ ଜଣେ ଶିଶୁରୋଗ ବିଶେଷଜ୍ଞ । ବର୍ତ୍ତମାନ ସେ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ (MKCGMCH)ର ଶିଶୁରୋଗ ବିଭାଗରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟରତ ଅଛନ୍ତି । ସେ ଜଣେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ, ଅଭିଜ୍ଞ ପଦାର୍ଥ ବିଜ୍ଞାନ ଶିକ୍ଷକ ଏବଂ ଲେଖକ ପ୍ରଫେସର ଡକ୍ଟର ବିକାଶ ରଞ୍ଜନ ମହାପାତ୍ରଙ୍କ ପତ୍ନୀ ଏବଂ ଅବସରପ୍ରାପ୍ତ ଅତିରିକ୍ତ ପୋଲିସ୍ ଅଧୀକ୍ଷକ ଶ୍ରୀ ଗଙ୍ଗାଧର ଦାସ ଏବଂ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ଦାସଙ୍କ କନ୍ୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/26/pi-2025-08-26-15-54-32.jpg)