ବର୍ଷର ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ ଜଳଭଣ୍ଡାର, ଆଜି ଖୋଲିବ ୧୨ଟି ଗେଟ୍

ପୂଜାର୍ଚ୍ଚନା ପରେ ଗେଟରୁ ହେବ ଜଳ ନିଷ୍କାସନ । ସକାଳୁ ସାଇରନ ବଜାଇ ପ୍ରଥମେ ସତର୍କ କରାଯାଇଥିଲା ।  ଉପର ମୁଣ୍ଡରେ ବର୍ଷା ଦେଖି ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସକାଳୁ ସତର୍କ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା ।  ହୀରାକୁଦ ଉପର ମୁଣ୍ଡରେ ସପ୍ତାହେ ହେଲା ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି ।

FKJLDSFKSDFSKD

କନକ ବ୍ୟୁରୋ : ବର୍ଷର ପ୍ରଥମ ବନ୍ୟାଜଳ ଛାଡିଲା  ହୀରାକୁଦ ଜଳଭଣ୍ଡାର । ଏବେ ୭ ନମ୍ବର ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ପର୍ଯ୍ୟାୟକ୍ରମେ ୧୨ ଟି ଗେଟ୍ ଖୋଲାଯିବ ।  ପୂଜାର୍ଚ୍ଚନା ପରେ ଗେଟରୁ ହେବ ଜଳ ନିଷ୍କାସନ । ସକାଳୁ ସାଇରନ ବଜାଇ ପ୍ରଥମେ ସତର୍କ କରାଯାଇଥିଲା ।  ଉପର ମୁଣ୍ଡରେ ବର୍ଷା ଦେଖି ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସକାଳୁ ସତର୍କ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା ।  ହୀରାକୁଦ ଉପର ମୁଣ୍ଡରେ ସପ୍ତାହେ ହେଲା ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଜଳଭଣ୍ଡାରର ଜଳସ୍ତର ୬୦୯ ଦଶମିକ ୩୩ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୦ ହଜାର ୨୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୮ ହଜାର ୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦରୁ ମୁଣ୍ଡଳିକୁ ବନ୍ୟାଜଳ ପହଞ୍ଚିବା ପାଇଁ ୩୬ରୁ ୪୦ ଘଣ୍ଟା ସମୟ ଲାଗିଥାଏ । ବର୍ଷା ଯୋଗୁ ମହାନଦୀ ଫୁଲିବାରେ ଲାଗିଛି। ଛତିଶଗଡ଼ ସରକାର ଗତ ଗୁରୁବାର ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା କଲ୍‌ମା ବ୍ୟାରେଜର ୪୬ଟି ଗେଟ୍ ଖୋଲିଥିଲେ। ପରବର୍ତ୍ତୀ ସମୟରେ ବାକି ଗେଟ୍‌ ଖୋଲାଯିବା ପରେ ମହାନଦୀର ଜଳପ୍ରବାହ ବଢିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe