କନକ ବ୍ୟୁରୋ : ଇସ୍ପାତ ସହରରେ ଆରମ୍ଭ ହେବାକୁ ଯାଉଛି ହାଫ୍ ମାରାଥନ୍ । ଏହି ମାରାଥନ ଜାନୁଆରି ୨୪ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଯାତାୟାତ ବ୍ୟବସ୍ଥାରେ ଜାନୁଆରି ୨୩ ତାରିକ ଶୁକ୍ରବାର ରାତି ୧୨ ଟାରୁ ୨୪ ତାରିଖ ସକାଳ ୧୨ ଟା ପର୍ଯ୍ୟନ୍ତ କିଛି ପ୍ରମୁଖ ସଡ଼କ ଅସ୍ଥାୟୀ ଭାବେ ବନ୍ଦ ରହିବ । 

Advertisment

ଜାନୁଆରି ୨୩ ତାରିଖ ରାତି ୧୨ ଟାରୁ ୨୪ ତାରିଖ  ସକାଳ ୧୨ ଟା ପର୍ଯ୍ୟନ୍ତ ସେକ୍ଟର -୬ ବିଏସଏନଏଲ୍ ଛକରୁ ଇସ୍ପାତ ଷ୍ଟାଡିୟମ, ଇସ୍ପାତ ଷ୍ଟାଡିୟମ ଠାରୁ ସେକ୍ଟର-୪ ମଧୁବନ ଛକ, ମଧୁବନ ଛକରୁ ଆମ୍ବାଗାନ ଛକ, ଏୟାରପୋର୍ଟରୁ ଏୟାରପୋର୍ଟ ଛକ- ରିଙ୍ଗ ରୋଡ ହୋଇ ଏଷ୍ଟେଟ୍ ଅଫିସ ପର୍ଯ୍ୟନ୍ତ ରାସ୍ତ ସମ୍ପୂର୍ଣ୍ଣ ରୂପେ ଯାତାୟାତ ପାଇଁ ବନ୍ଦ ରହିବ ।

କିନ୍ତୁ ଜାନୁଆରି ୨୪ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଏବଂ ତା'ପରେ କେବଳ ମେଡିକାଲ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଡିପିଏସ୍ ଛକ, ସେକ୍ଟର ୭/୧୭ ଛକ, ରାଉରକେଲା କ୍ଲବ୍ ଛକ ଏବଂ ସେକ୍ଟର-୫ ମେଣ୍ଟେନାନ୍ସ ବୁଥ୍ ଛକ ରାସ୍ତା ଅତିକ୍ରମ କରିବାକୁ ଅନୁମତି ଦିଆଯିବ । 

ଜନସାଧାରଣଙ୍କୁ ଅନୁରୋଧ ଏହି ସମୟରେ ବିକଳ୍ପ ମାର୍ଗ ବାଛନ୍ତୁ । ଏବଂ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରନ୍ତୁ । ଏନେଇ ସାର୍ବଜନୀନ ସୂଚନା ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଜାରି କରାଯାଇଛି ।