ଦକ୍ଷିଣ ଓଡିଶାରୁ ଦୁଇଟି ମହାସିର୍ ପ୍ରଜାତି ମାଛର ପ୍ରଥମ ଆବିଷ୍କାର । ଯାହାକୁ କୁହାଯାଏ ‘ଭାରତୀୟ ନଦୀର ରାଜା’

Advertisment

ଓଡିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ମାନଙ୍କ ଦ୍ଵାରା ଦକ୍ଷିଣ ଓଡିଶାରୁ ଦୁଇଟି ମହାସିର୍ ପ୍ରଜାତି ମାଛର ପ୍ରଥମ ଆବିଷ୍କାର ହୋଇଛି। ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଡିନ ପ୍ରଫେସର ଶରତ କୁମାର ପଳିତାଙ୍କ ନେତୃତ୍ଵରେ ପ୍ରଥମଥର ପାଇଁ ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାସିର୍ ପ୍ରଜାତିର ମାଛ ସନ୍ଧାନ କରିବାରେ ସକ୍ଷମ ହୋଇଛନ୍ତି

mahasir fish

କନକ ବ୍ୟୁରୋ: ଓଡିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ମାନଙ୍କ ଦ୍ଵାରା ଦକ୍ଷିଣ ଓଡିଶାରୁ ଦୁଇଟି ମହାସିର୍ ପ୍ରଜାତି ମାଛର ପ୍ରଥମ ଆବିଷ୍କାର ହୋଇଛି। ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଡିନ ପ୍ରଫେସର ଶରତ କୁମାର ପଳିତାଙ୍କ ନେତୃତ୍ଵରେ ପ୍ରଥମଥର ପାଇଁ ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାସିର୍ ପ୍ରଜାତିର ମାଛ ସନ୍ଧାନ କରିବାରେ ସକ୍ଷମ ହୋଇଛନ୍ତି। ଏହି ଦୁଇଟି ନୂତନ ମହାସିର୍ ମାଛ ପ୍ରଜାତି ସାୟପ୍ରିନୟଡ ପରିବାର ଅନ୍ତର୍ଭୁକ୍ତ ତଥା ଏମାନେ ବଡ଼ ଶରୀର ବିଶିଷ୍ଟ ଓ ଏମାନଙ୍କର ଦେହର କାତୀ ଗୁଡିକ ବଡ଼ । ସାଧାରଣତଃ ଏହି ମାଛ ମାନଙ୍କୁ ‘ଭାରତୀୟ ନଦୀର ରାଜା’ କୁହାଯାଏ ଏବଂ ଏମାନଙ୍କୁ ପୃଥିବୀର ୨୦ଟି ବୃହତ ମାଛ ପରିବାରରେ ଅନ୍ତର୍ଭୁକ୍ତ କରାଯାଇଛି। ଏମାନେ ସାଧାରଣ ଦୃତବେଗରେ ପ୍ରବାହିତ, ଶୀତଳ, ସ୍ୱଚ୍ଛ, ପାହାଡ଼ିଆ ନଦୀର ପଥୁରିଆ ଓ କଙ୍କରଯୁକ୍ତ ଚଟାଣରେ ବାସ କରିଥାନ୍ତି। ଏହି ମହାସିର୍ ମାଛମାନଙ୍କୁ ମଧ୍ୟ ଏକ ‘ପବିତ୍ର ମାଛ ଭାବେ ଭାରତର ଅନେକ ହିନ୍ଦୁ ମନ୍ଦିରରେ ପୂଜା କରାଯାଇଥାଏ। ଅତୀତରେ ଓଡିଶାର ମହାନଦୀ, ବ୍ରାହ୍ମଣୀ ଏବଂ ଶିମିଳିପାଳ ଅଞ୍ଚଳରୁ ମହାସିର୍ ମାଛ ପ୍ରଜାତି ଆବିଷ୍କୃତ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe