ବିହାରରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି । ଦିବାଲୋକରେ କେନ୍ଦ୍ରମନ୍ତ୍ରୀଙ୍କ ଭଣଜାଙ୍କୁ ଗୁଳିକରି ହତ୍ୟା

ସ୍ଥାନୀୟ ପୋଲିସଙ୍କ କହିବା ମୁତାବକ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜା ବିଶ୍ୱଜିତ୍ ଓ ଜୟଜିତଙ୍କ ମଧ୍ୟରେ ପାଣି ପାଇଁ କଳି ହୋଇଥିଲା । ଏହି କଳି ଏତେ ଉଗ୍ରରୂପ ନେଇଥିଲା କି, ଦୁଇଜଣ ପରସ୍ପରକୁ ଗୁଳି ଚଳାଇଥିଲେ । ଏହି ଗୁଳିକାଣ୍ଡରେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଥିବା ବେଳେ ଜୟଜିତ ଓ ତାଙ୍କ ମାଆ ହିନା ଦେବୀ ଗୁରୁତ୍ୱର ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ZþKZKþqKZKZ

କନକ ବ୍ୟୁରୋ : ବିହାରରେ ଅପରାଧୀଙ୍କ ସାହସ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ବିହାରର ଭାଗଲପୁରରୁ ଏକ ବଡ଼ ଖବର ଆସିଛି । ସେଠାରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଭଣଜା ବିଶ୍ୱଜିତ ଯାଦବଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସଙ୍କ କହିବା ମୁତାବକ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜା ବିଶ୍ୱଜିତ୍ ଓ ଜୟଜିତଙ୍କ ମଧ୍ୟରେ ପାଣି ପାଇଁ କଳି ହୋଇଥିଲା । ଏହି କଳି ଏତେ ଉଗ୍ରରୂପ ନେଇଥିଲା କି, ଦୁଇଜଣ ପରସ୍ପରକୁ ଗୁଳି ଚଳାଇଥିଲେ । ଏହି ଗୁଳିକାଣ୍ଡରେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଥିବା ବେଳେ ଜୟଜିତ ଓ ତାଙ୍କ ମାଆ ହିନା ଦେବୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ସୂଚନା ମୁତାବକ ବିଶ୍ୱଜିତ ଓ ଜୟଜିତ ଗୋଟିଏ ଘରେ ରହୁଥିଲେ । ଉଭୟ ଚାଷ କରି ନିଜର ଗୁଜରାଣ ମେଣ୍ଟାଉଥିଲେ । ପାଇପ୍ ପାଣିକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପ୍ରଥମେ ଜୟଜିତ ବିଶ୍ୱଜିତଙ୍କ ଉପରେ ଗୁଳି ଚଳାଇଥିଲା । ଜବାବରେ ବିଶ୍ୱଜିତ ମଧ୍ୟ ଗୁଳି ଚଳାଇଥିଲା । ଉଭୟଙ୍କୁ ମେଡିକାଲ ନିଆଯାଉଥିବା ବେଳେ  ରାସ୍ତାରେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଛି ଓ  ଜୟଜିତ ଚିକିତ୍ସାଧୀନ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe