କନକ ବ୍ୟୁରୋ: ଝାରସୁଗୁଡ଼ା ରେଲୱେ କଲୋନୀରେ ଗୁଳିମାଡ଼ । ଜଣଙ୍କ କ୍ୱାଟରକୁ ଅଜଣା ଯୁବକମାନେ ଗୁଳିମାଡ଼ କରିଛନ୍ତି । ୬ ରାଉଣ୍ଡ ଗୁଳିଚାଳନା କରିଛନ୍ତି । ଗଣେଶ  ପୂଜା ଭସାଣିକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଜଣାପଡିଛି । ଗତକାଲି ଗଣେଶ ପୂଜା ଭସାଣୀ ସମୟ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା ।ଏହାକୁ କେନ୍ଦ୍ର କରି ଦୁଇ ଜଣ ଅଜଣା ଯୁବକ ରେଲୱେ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସ ଉପରେ ୬ ରାଉଣ୍ଡ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଜିଆରପି ପୁଲିସ ତଦନ୍ତ ଆରମ୍ଭ କରିଛି  ।