କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ସୁନତର ଗ୍ରାମରେ ଗର୍ଜିଲା ବନ୍ଧୁକ ଓ ବୋମା । କିଛି ଦୁର୍ବୃତ୍ତ ସୁନଥର ଗ୍ରାମର କାଳିଆ ଜେନା ନାମକ ବ୍ୟକ୍ତି ଉପରକୁ ପ୍ରଥମେ ବୋମା ମାଡ଼ କରିଥିଲେ । ଏହାପରେ ମାଉଜରରୁ ଗୁଳି ଚଳାଇ ଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ କାଳିଆ ଜେନା ଗଭୀର ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଗୁଳି ଓ ବୋମା ମାଡ଼ରେ ଆହତ କାଳିଆ ଜେନା ସରପଞ୍ଚଙ୍କ ବାପା ବୋଲି ଜଣାପଡିଛି । ତେବେ ତାଙ୍କୁ ଆକ୍ରମଣ ପଛରେ ରାଜନୈତିକ ଶତ୍ରୁତା ନା ପୂର୍ବଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନାହିଁ।