ସୀମାରେ ପୁଣି ଫୁଟିଲା ଗୁଳି, ରାତି ସାରା ଭାରତୀୟ ପୋଷ୍ଟ୍‌ ଉପରକୁ ପାକିସ୍ତାନର ଗୁଳିବର୍ଷା

ମୁହାଁମୁହିଁ ଉଭୟ ଦେଶର ଯବାନ । ଭାରତୀୟ ସେନା ପକ୍ଷରୁ ଦିଆଯାଉଛି କଡ଼ା ଜବାବ ।

ସୀମାରେ ଯୁଦ୍ଧ ପରିସ୍ଥିତି

ସୀମାରେ ଯୁଦ୍ଧ ପରିସ୍ଥିତି Photograph: (kanakNews)

କନକ ବ୍ୟୁରୋ:  ପାକିସ୍ତାନ ସୀମାରେ ହଲ୍‌ଚଲ । ଉୟଭ ପକ୍ଷରୁ ଗୁଳି ବର୍ଷା। ଗତ କାଲି ରାତିରେ ଏଲଓସି ଅଞ୍ଚଳରେ ପାକ୍‌ ସେନା ପୁଣି ଥରେ ଗୁଳିମାଡ଼ କରିଛି । ଭାରତ ମଧ୍ୟ କଡା ଯବାବ ଦେଇଛି । ପାକିସ୍ତାନୀ ପୋଷ୍ଟ୍‌ରୁ ଗୁଳି ମାଡ ହୋଇଛି ।

ଏଲଓସିର ଟୁଓମାରି ଗଲି ଏବଂ ରାମପୁର ସେକ୍ଟରରେ ଉଭୟ ଦେଶର ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ପାକିସ୍ତାନକୁ ଭାରତ କଡା ଯବାବ ଦେବା ପରେ ଗୁଳି ଚଳାଚଳ ବନ୍ଦ ହୋଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ପହଲଗାମ ଆକ୍ରମଣ ପଛରେ ପାକିସ୍ତାନ ଥିବା ସ୍ପଷ୍ଟ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe