କନକ ବ୍ୟୁରୋ: ପାକିସ୍ତାନ ସୀମାରେ ହଲ୍ଚଲ । ଉୟଭ ପକ୍ଷରୁ ଗୁଳି ବର୍ଷା। ଗତ କାଲି ରାତିରେ ଏଲଓସି ଅଞ୍ଚଳରେ ପାକ୍ ସେନା ପୁଣି ଥରେ ଗୁଳିମାଡ଼ କରିଛି । ଭାରତ ମଧ୍ୟ କଡା ଯବାବ ଦେଇଛି । ପାକିସ୍ତାନୀ ପୋଷ୍ଟ୍ରୁ ଗୁଳି ମାଡ ହୋଇଛି ।
ଏଲଓସିର ଟୁଓମାରି ଗଲି ଏବଂ ରାମପୁର ସେକ୍ଟରରେ ଉଭୟ ଦେଶର ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ପାକିସ୍ତାନକୁ ଭାରତ କଡା ଯବାବ ଦେବା ପରେ ଗୁଳି ଚଳାଚଳ ବନ୍ଦ ହୋଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ପହଲଗାମ ଆକ୍ରମଣ ପଛରେ ପାକିସ୍ତାନ ଥିବା ସ୍ପଷ୍ଟ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/27/BF2Rs5TJkJC1ZHZPDNIW.jpg)