କନକ ବ୍ୟୁରୋ: ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ମହିଳା । କୂଅରୁ ପାଣି ଆଣିବାକୁ ଯାଇ ଖସିପଡିଲେ ମହିଳା । ଢେଙ୍କାନାଳ ସଦର ମହକୁମା ବେଲ୍ଟିକିର ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ପାଣି ଆଣିବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ୪୦ ଫୁଟ୍ ଗଭୀର କୂଅକୁ ଖସି ପଡିଥିଲେ ସୁଜାତା ସାହୁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ କୂଅରୁ ଉଦ୍ଧାର କରିଛନ୍ତି । ଉଦ୍ଧାର ମହିଳାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/12/25/eVf3S2KiX6qUqKQ6uWoR.png)