କନକ ବ୍ୟୁରୋ : ପ୍ରଶାନ୍ତ ମହାସାଗରରେ ବଡ଼ ଧରଣର ଅଘଟଣ । ବିଶାଳ କାର୍ଗୋ ଜାହାଜ, ଯେଉଁଥିରେ ୩,୦୦୦ ଗାଡ଼ି ଥିଲା ତାହା ଜଳିଯାଇଛି । ଚୀନରୁ ମେକ୍ସିକୋ ଅଭିମୁଖେ ଯାଉଥିବା ଜାହାଜ ‘ଓସେଆନିକ କାର୍ଗୋ’ରେ ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ, ତେବେ ବିଦ୍ୟୁତ ତାରରେ ସର୍ଟ ସର୍କିଟ କିମ୍ବା ଇଞ୍ଜିନ ବିଫଳତା ହେତୁ ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି । ଜାହାଜରେ ଥିବା ୨୫ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୦ ଜଣଙ୍କୁ ନିକଟସ୍ଥ ଏକ ଉଦ୍ଧାରକାରୀ ଜାହାଜ ଦ୍ୱାରା ଉଦ୍ଧାର କରାଯାଇଛି । ଅବଶିଷ୍ଟ ୫ ଜଣ ନିଖୋଜ ରହିଛନ୍ତି । ଜାହାଜରେ ଥିବା ଗାଡ଼ିଗୁଡ଼ିକ ମୁଖ୍ୟତଃ ନୂଆ ଇଲେକ୍ଟ୍ରିକ ଏବଂ ହାଇବ୍ରିଡ ଗାଡ଼ି ଥିଲା, ଯାହାର ମୂଲ୍ୟ ପ୍ରାୟ ୫୦୦ ମିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ଏହି ଦୁର୍ଘଟଣା ପରିବେଶ ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇପାରେ । ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ରହିଛି, ଯାହା ମହାସାଗରର ଜୀବଜନ୍ତୁ ଏବଂ ପରିବେଶ ପାଇଁ କ୍ଷତିକାରକ ହେବ । ଜାହାଜ କମ୍ପାନି ଏକ ବିବୃତ୍ତିରେ କହିଛି, ଆମେ ଏହି ଦୁର୍ଘଟଣା ପାଇଁ ଦୁଃଖିତ ଏବଂ କ୍ଷତି ମୂଲ୍ୟାଙ୍କନ କରୁଛୁ ।
ମଝି ସମୁଦ୍ରରେ ମାଲବାହୀ ଜାହାଜରେ ଲାଗିଲା ନିଆଁ, ୩ ହଜାର ଯାନବାହନ ସହ ପ୍ରଶାନ୍ତ ମହାସାଗରରେ ବୁଡ଼ିଲା ବିଶାଳ ଜାହାଜ
ଚୀନରୁ ମେକ୍ସିକୋ ଅଭିମୁଖେ ଯାଉଥିବା ଜାହାଜ ‘ଓସେଆନିକ କାର୍ଗୋ’ରେ ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ, ତେବେ ବିଦ୍ୟୁତ ତାରରେ ସର୍ଟ ସର୍କିଟ କିମ୍ବା ଇଞ୍ଜିନ ବିଫଳତା ହେତୁ ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି ।
/kanak/media/media_files/2025/06/25/fasdfsdsdfsd-2025-06-25-14-28-35.jpg)