ସୋମାଲିଆ ଯାଉଥିବା କାର୍ଗୋ ସିପରେ ଲାଗିଲା ନିଆଁ : ଚିନି ଓ ଚାଉଳ ନେଇ ଯାଉଥିଲା ଜାହାଜ

ଚାଉଳ ଓ ଚିନି ବୋଝେଇ ଏହି ଜାହାଜ ସୋମାଲିଆର ବୋସାସୋ ଅଭିମୁଖେ ଯାଉଥିଲା । ନିଆଁ ତୀବ୍ର ହେବାରୁ ଜାହାଜକୁ ସମୁଦ୍ର ମଝିକୁ ଟାଣି ନିଆଯାଇଛି ।

cargo-ship

cargo-ship Photograph: (google)

କନକ ବ୍ୟୁରୋ : ଗୁଜରାଟ ପୋରବନ୍ଦର ସମୁଦ୍ରରେ ଜାହାଜରେ ଲାଗିଲା ନିଆଁ । ସୁଭାସ ନଗର ଜେଟିରେ କାର୍ଗୋ ସିପରେ ଲାଗିଲା ନିଆଁ । ଚିନି ଓ ଚାଉଳ ବୋଝେଇ କାର୍ଗୋରେ ନିଆଁ ଲାଗିଛି । ଚାଉଳ ଓ ଚିନି ବୋଝେଇ ଏହି ଜାହାଜ ସୋମାଲିଆର ବୋସାସୋ ଅଭିମୁଖେ ଯାଉଥିଲା । ନିଆଁ ତୀବ୍ର ହେବାରୁ ଜାହାଜକୁ ସମୁଦ୍ର ମଝିକୁ ଟାଣି ନିଆଯାଇଛି । ଘଟଣାସ୍ଥଳରେ ତିନିଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । କ୍ଷୟକ୍ଷତିର ଆକଳନ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe