ଗଞ୍ଜାମ ଆସିକା ସହରର ଲକ୍ଷ୍ମୀ ବଜାରରେ ଅଗ୍ନିକାଣ୍ଡ:ଜଳିଗଲା ୧୦ରୁ ଅଧିକ ପରିବା ଦୋକାନ

ଆସିକା ସହରର ଲକ୍ଷ୍ମୀ ବଜାରରେ ଥିବା ପରିବା ବଜାରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ରୁ ଉର୍ଦ୍ଧ ପରିବା ଦୋକାନ ଜଳି ପାଉଁଶ ହୋଇଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ କାରଣ ଜଣାପଡି ନଥିଲେ ମଧ୍ୟ ଦୀପ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

pariba

କନକବ୍ୟୁରୋ: ଆସିକା ସହରର ଲକ୍ଷ୍ମୀ ବଜାରରେ ଥିବା ପରିବା ବଜାରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ରୁ ଉର୍ଦ୍ଧ ପରିବା ଦୋକାନ ଜଳି ପାଉଁଶ ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । 

ଅଗ୍ନିକାଣ୍ଡ କାରଣ ଜଣାପଡି ନଥିଲେ ମଧ୍ୟ ଦୀପ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଦଶହରା ପାଇଁ ଅନେକ ଦୋକାନ ପୂଜା ହୋଇଥିଲା । 

ପୂଜା ସମୟରେ ଦୋକାନରେ ଯେଉଁ ଦୀପ ଜଳା ଯାଇଥିଲା ସେହି ଦୀପ ନିଆଁ ବ୍ୟାପି ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ଆସିକା ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe