କନକବ୍ୟୁରୋ: ଆସିକା ସହରର ଲକ୍ଷ୍ମୀ ବଜାରରେ ଥିବା ପରିବା ବଜାରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ରୁ ଉର୍ଦ୍ଧ ପରିବା ଦୋକାନ ଜଳି ପାଉଁଶ ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି ।
ଅଗ୍ନିକାଣ୍ଡ କାରଣ ଜଣାପଡି ନଥିଲେ ମଧ୍ୟ ଦୀପ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଦଶହରା ପାଇଁ ଅନେକ ଦୋକାନ ପୂଜା ହୋଇଥିଲା ।
ପୂଜା ସମୟରେ ଦୋକାନରେ ଯେଉଁ ଦୀପ ଜଳା ଯାଇଥିଲା ସେହି ଦୀପ ନିଆଁ ବ୍ୟାପି ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ଆସିକା ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/ZiGUBpJeg1WSJrCzlkzg.jpg)