କନକ ବ୍ୟୁରୋ : କଟକ ସିଡିଏ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ରାତିରେ ସିଡିଏ ଥାନା ପାଖ ଏକ ଘରେ ନିଆଁ ଲାଗି ଜଣେ ଯୁବତୀଙ୍କ ସମେତ ଦୁଇଜଣ ଗୁରୁତର ହୋଇଛନ୍ତି । ଆସବାବ ପତ୍ର ସହ ତିନିଟି ଗାଡ଼ି ପୋଡ଼ି ଯାଇଛି । କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅଭିଯୋଗ ହୋଇଥିବା ବେଳେ ପ୍ରକୃତ କାରଣ ଜଣା ପଡ଼ିନାହିଁ ।
କଟକ ସିଡିଏ -୭ ମର୍କତ ନଗର ଥାନା ପାଖ ଗଳିରେ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଆଡଭୋକେଟ୍ ଅଭୟ ଚରଣ ଜେନାଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସମସ୍ତେ ଶୋଇଥିବା ବେଳେ ତଳ ମହଲାରେ ନିଆଁ ଲାଗି ପୂରା ଘରକୁ ବ୍ୟାପି ଯାଇଥିଲା । ନିଆଁ ଲାଗି ଥିବା ଦେଖି ପଡ଼ୋଶୀମାନେ ବାଲଟିରେ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ଥିଲେ ।
ଏହା ପରେ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଉପର ମହଲାରେ ନିଆଁ ବ୍ୟାପି ଯାଇଥିଲା । ଘରେ ମାଲିକ ସମେତ ଦୁଇଜଣ ଭଡ଼ାଟିଆ ରହୁଥିଲେ । ନିଆଁରେ ଜଣେ ଯୁବତୀଙ୍କ ସମେତ ଦୁଇଜଣ ପୋଡ଼ି ଯାଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରୁଛି ମର୍କତ ନଗର ପୁଲିସ । ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ସହ ଗୋଟିଏ କାର୍, ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ପୋଡ଼ି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/07/RWBwbcXa2Cc3RqiOxQjo.jpg)