ଜଳୁଛି କାଲିଫର୍ଣ୍ଣିଆ ; ୧୧ ମୃତ, ୩ ଲକ୍ଷ ଲୋକ ସ୍ଥାନାନ୍ତର

ଭୟଙ୍କର ହେଉଛି କାଲିଫର୍ଣ୍ଣିଆ ଜଙ୍ଗଲ ଅଗ୍ନିକାଣ୍ଡ ।  ୪୦ହଜାର କୋଟି ଏକର ଜମିରୁ ୨୯ହଜାର ଏକର ପୋଡିଜଳି ପାଉଁଶ।  ୧୧ ଜଣଙ୍କ ମୃତ୍ୟୁ ସହ ୩ ଲକ୍ଷ ଲୋକ ସ୍ଥାନାନ୍ତର। ପାଣିପାଗ ବଦଳୁଥିବା ଯୋଗୁଁ ନିଆଁକୁ କରାଯାଇପାରୁନି ଆୟତ।

10fire

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ ଯାଉଛି ଜୀବନ । ୭ଦିନ ହେବ ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ । ଜଙ୍ଗଲ ଜୀବନ ଦିଏ । ହେଲେ ସେହି ଜଙ୍ଗଲରେ ଯେବେ ନିଆଁ ଲାଗେ, ତାହା ଜୀବନ ବି ନେଇଯାଏ, ଯାହା କାଲିଫର୍ଣ୍ଣିଆରେ ଦେଖିବାକୁ ମିଳୁଛି ।  

ଜଙ୍ଗଲୀ ନିଆଁ ଯେତେବେଳେ ଜଙ୍ଗଲର ସୀମା ସରହଦ ଡେଇଁ ସହରରେ ପହଞ୍ଚିଯାଏ, ସେତେବେଳେ ସ୍ଥିତି କେତେ ସାଂଘାତିକ ଓ ଅଣାୟତ ହୋଇପଡ଼େ, ତାହା ଲସ୍ ଏଞ୍ଜେଲସ୍ ନିଆଁ ପ୍ରମାଣ କରିଛି । ପ୍ରତିବର୍ଷ ବିଶ୍ବର ବିଭିନ୍ନ ଦେଶରେ ଜଙ୍ଗଲୀ ନିଆଁ ଲାଗିବାର ଖବର ଶୁଣିବାକୁ ଓ ଦେଖିବାକୁ ମିଳେ । ହେଲେ ଏବେ ଆମେରିକାର କାଲିଫର୍ଣ୍ଣିଆ ଷ୍ଟେଟର ଲସ୍ ଏଞ୍ଜେଲସ୍ ସହରର ନିଆଁ ଖବର ଏବେ ସାରାବିଶ୍ବରେ ଚର୍ଚ୍ଚାର କାରଣ ପାଲଟିଛି । ଜଙ୍ଗଲ ଅଗ୍ନିକାଣ୍ଡରେ କେତେ କ’ଣ କ୍ଷତି ହେଲାଣି । ନିଆଁ କରୁଛି ଛାରଖାର ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ୧୩ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି।  ୧୧ଜଣଙ୍କ ମୃତ୍ୟୁ ସହ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୪୦ହଜାର ଏକର ଜମିରେ ମାଡିଛି ନିଆଁ। ୨୯ହଜାର ଏକ ଜଳିପୋଡି ପାଉଁଶ ହୋଇଛି। ୧୦ହଜାର ଘର ନିଆଁରେ ପୋଡି ନଷ୍ଟ ହୋଇଛି । ୫୦ହଜାର ଲୋକଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାସିଫିକ୍ ପାଲିସେଡ୍ ନିଆଁରେ ୫ହଜାର ୩ ଶହ ଘର ଧ୍ବଂସ ହୋଇଛି । ଇଏଟନ ନିଆଁରେ ପ୍ରାୟ ୫ ହଜାର ଷ୍ଟ୍ରକଚରକୁ କ୍ଷତି ପହଞ୍ଚିଛି । 

ପାଲିସେଡସ୍, ଇଏଟନ୍, ସନସେଟ୍, ହଷ୍ଟ ଓ ଲିଡିଆନିଆଁରେ ବହୁ ସେଲିବ୍ରିଟିଙ୍କ ବିଳାସମୟ ଘର ବି ଜଳିପୋଡ଼ି ଗଲାଣି। ହଲିଉଡ୍ ହିଲ୍ ମଧ୍ୟ ନିଆଁ ଯୋଗୁଁ ପ୍ରଭାବିତ ହୋଇଛି। 
ନିଆଁ ଯୋଗୁଁ ଓସ୍କାର ନୋମିନେସନକୁ ୨ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe