କନକ ବ୍ୟୁରୋ: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ । ଭାଙ୍ଗିଲା ଘରର କାନ୍ଥ, ଉଡ଼ିଲା ଆଜବେଷ୍ଟସ । ନୟାଗଡ଼ ଜିଲ୍ଲା ଗଣିଆ ଥାନା କୃଷ୍ଣପଲ୍ଲୀରେ ଘଟିଛି ଏହି ଅଘଟଣ । ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l
ଅନ୍ୟ ୨ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଚିକିତ୍ସା ଚାଲିଛି । ଆହତମାନେ ହେଲେ କୃଷ୍ଣପଲ୍ଲୀର ଅଚ୍ୟୁତ ପ୍ରଧାନ, ଗୀତା ପ୍ରଧାନ ଓ ବହାଦୁର ପ୍ରଧାନ । ଆଜି ଅପରାହ୍ନରେ ବାଣ ଭିଡିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଖବର ପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।