କନକ ବ୍ୟୁରୋ:  ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଅନୁଗୁଳ ବନ୍ତଳା ଥାନା ବଲଙ୍ଗ ଗାଁରୁ ଏଭଳି ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି ।

Advertisment

ଦିଲ୍ଲୀପ ବିଶ୍ବାଳ ନାମକ ବ୍ୟକ୍ତିଙ୍କ ଦୁଇ ବଖରା ଘର ସହ ସୁନା ଅଳଙ୍କାର, ନଗଦ ଟଙ୍କା, ୫ରୁ ଉର୍ଦ୍ଧ୍ବ ଛେଳି, ଧାନ, ବିରି, ମୁଗ ଇତ୍ୟାଦି ଶସ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ପ୍ରଥମେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଘରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେବାରୁ ନିଆଁ ଚାରିଆଡ଼କୁ ବ୍ୟାପିଯାଇ ସବୁକିଛି ଛାରଖାର କରିଦେଇଛି । ଖବର ପାଇ ଘଟଣାସ୍ଥଳରେ ପହଁଚି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରାଯାଇଛି ।