ମାଘ ମାସରୁ ମୁଣ୍ଡଫଟା ଖରା ; ଶିମଳିପାଳରେ ଲାଗିଲାଣି ନିଆଁ

ଚଳିତବର୍ଷ ମାଘମାସରୁ ହିଁ ଟାଣଖରା ହେଲାଣି । ଜଳବାୟୁ ପରିବର୍ତ୍ତନର ଏହି ବଡ଼ ସମସ୍ୟା ଶିମିଳିପାଳରେ ଭୟଙ୍କର ବନାଗ୍ନି ଆଶଙ୍କା ବଢ଼ାଉଛି । ଏବର୍ଷ କମ୍ ବର୍ଷା ଯୋଗୁ ଶିମିଳିପାଳର ଚାରିଆଡ଼େ ଏବେ ଶୁଖିଲା ଭୂଇଁ ।

similipal forest

similipal forest Photograph: (kanakNews)

କନକ ବ୍ୟୁରୋ :   ଏବର୍ଷ ମାଘ ମାସରୁ ହିଁ ଟାଣଖରା ହେଲାଣି । ଜଳବାୟୁ ପରିବର୍ତ୍ତନର ଏହି ବଡ଼ ସମସ୍ୟା ଶିମିଳିପାଳରେ ଭୟଙ୍କର ବନାଗ୍ନି ଆଶଙ୍କା ବଢ଼ାଉଛି । ଏବର୍ଷ କମ୍ ବର୍ଷା ଯୋଗୁ ଶିମିଳିପାଳର ଚାରିଆଡ଼େ ଏବେ ଶୁଖିଲା ଭୂଇଁ । ଜଙ୍ଗଲରେ ପତ୍ରଝଡ଼ା ଆରମ୍ଭ ହୋଇଥିବା ବେଳେ ବନାଗ୍ନି ଭୟରେ ରହିଛି ପ୍ରକୃତିରାଣୀ ଶିମିଳିପାଳ । 

ଚଳିତବର୍ଷ ମାଘମାସରୁ ହିଁ ଟାଣଖରା ହେଲାଣି । ଜଳବାୟୁ ପରିବର୍ତ୍ତନର ଏହି ବଡ଼ ସମସ୍ୟା ଶିମିଳିପାଳରେ ଭୟଙ୍କର ବନାଗ୍ନି ଆଶଙ୍କା ବଢ଼ାଉଛି । ଏବର୍ଷ କମ୍ ବର୍ଷା ଯୋଗୁ ଶିମିଳିପାଳର ଚାରିଆଡ଼େ ଏବେ ଶୁଖିଲା ଭୂଇଁ । ଜଙ୍ଗଲରେ ପତ୍ରଝଡ଼ା ଆରମ୍ଭ ହୋଇଥିବା ବେଳେ ବନାଗ୍ନି ଭୟରେ ରହିଛି ପ୍ରକୃତିରାଣୀ ଶିମିଳିପାଳ । 

ଶିମିଳିପାଳରେ ଏବେ ଶୁଖିଲା ପତ୍ର ଓ ପତ୍ରଝଡ଼ା ଶୁଷ୍କପ୍ରାୟ ଗଛ ଦେଖିଲେ ୨୦୨୧ ଭଳି ଭୟଙ୍କର ବନାଗ୍ନି ଆଶଙ୍କା ସୃଷ୍ଟି ହେଉଛି। ସେତେବେଳେ ଶିମିଳିପାଳରେ ମାସେରୁ ଅଧିକ ଦିନ ନଆଁ ଲାଗି ରହିବାରୁ ବିଶ୍ବରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କନକ ନ୍ୟୁଜ୍ ଆରମ୍ଭ କରିଥିଲା ସ୍ବତନ୍ତ୍ର କ୍ୟାମ୍ପେନ୍। ନିଆଁ ଲିଭାଇବାକୁ ବନ ବିଭାଗ ଓ ଅଗ୍ନିଶମ ବାହିନୀର  ଶତଚେଷ୍ଟା ବିଫଳ ହୋଇଥିଲା। ତେବେ ବର୍ଷା ହେବା ଫଳରେ ଲିଭିଥିଲା ବନାଗ୍ନି। ସେଦିନରୁ ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ବହୁ ପୂର୍ବ ପ୍ରସ୍ତୁତି କରାଯାଉଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତି ଦେଖି ପରିବେଶବିତ୍ ଆଶଙ୍କା ପ୍ରକାଶ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe