କନକବ୍ୟୁରୋ : ପୁରୀ କଣାସ ଗଡ଼ିସାଗୋଦା ଥାନା ଅନ୍ତର୍ଗତ ଗୋପୀନାଥ ପୁରୁ ଗାଁରେ ଅଘଟଣ । ବିଳମ୍ବିତ ରାତିରେ ଜଳିଗଲା ଦୁଇଟି ଦୋକାନ ସହ ପାସେଞ୍ଜର ଅଟୋ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଇଲେକ୍ଟ୍ରୋନିକ୍ ଦୋକାନ ସହ ରାସନ ଦୋକାନରେ ଥିବା ଲକ୍ଷଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇ ଯାଇଛି ।  ଦୋକାନ ନିକଟରେ ଥିବା ଏକ ପାସେଞ୍ଜର ଅଟୋ ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି । ଦୁଇଟି ଦୋକାନ ଓ ଅଟୋ, ଗୋପୀନାଥ ପୁରୁ ଗାଁର ଧିରେନ ପ୍ରଧାନ ଓ ଧର୍ମେନ୍ଦ୍ର ପ୍ରଧାନଙ୍କର ବୋଲି ସୂଚନା ମିଳିଛି ।