କନକ ବ୍ୟୁରୋ: କଟକ ଦୋଳମୁଣ୍ଡାଇରେ ବଡ ଧରଣର ଅଗ୍ନିକାଣ୍ଡ । ସୁଟକେସ୍ ସୋ’ରୁମରେ ଲାଗିଛି ନିଆଁ । ପୁରା ସୋ’ରୁମ୍ ଧୁ ଧୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ନିଆଁ ଲିଭାଇବାରେ ଲାଗିଛନ୍ତି ଏକାଧିକ ଦମକଳ । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ନିଆଁ ଲିଭାଇବାକୁ ନାକେଦମ୍ ହୋଇଛନ୍ତି ଦମକଳ କର୍ମଚାରୀ । 

Advertisment

ଦୋଳମୁଣ୍ଡାଇ ଛକରେ ଥିବା ଭିଆଇପି ସୋ’ରୁମର ଉପର ମହଲାରେ ସୁଟକେସ୍ ସବୁ ଷ୍ଟକ୍ ରହୁଥିଲା । ସଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ନିଆଁ ଏତେ ଉଗ୍ର ରହିଛି ଯେ, ପୂରା ଅଞ୍ଚଳରେ ଧୂଆଁର ପରସ୍ତ ସୃ୍ଷ୍ଟି ହୋଇଛି । ତେବେ ଏଠାରେ ସୋ’ରୁମ ଗୁଡିକ ଲାଗି ରହିଛି । ତା ସହ ଖରାର ପ୍ରକୋପ ମଧ୍ୟ ରହିଛି। ଏଭଳି ସ୍ଥଳେ ଯଦି ଯଥାଶୀଘ୍ର ନିଆଁ ଲିଭାନଯାଏ ତେବେ ନିକଟ ଦୋକାନଗୁଡିକୁ ନିଆଁ ଲାଗିଯିବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ । 

ତେବେ ୩ଟି ଦମକଳ ନିଆଁ ଲିଭାଇବାରେ ଲାଗିଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ନିଆଁ ଲିଭାଇବାରେ ଲାଗିଛନ୍ତି । ସୋ’ରୁମରେ ଫାଇବର, ପ୍ଲାଷ୍ଟିକ୍ ଓ ଲେଦର ସାମଗ୍ରୀ ଥିବାରୁ ନିଆଁ ସହଜରେ ଧରିନେଇଥିଲା ଏବଂ ଚାହୁଁଚାହୁଁ ନିଆଁର ପ୍ରକୋପ ବଢିଥିଲା।