କନକବ୍ୟୁରୋ : ଗଦି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ଜଳିପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଶନିବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ରେଳଷ୍ଟେସନ ନିକଟରେ ଥିବା ଏକ ଗଦି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଫୋମ୍ , ପ୍ଲାଷ୍ଟିକ, ତୁଳା, କପଡା ଆଦି ଗଚ୍ଛିତ ରହିଥିବା ବେଳେ ନିଆଁ ଲାଗି ଏଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ପରେ ଖବର ପାଇଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେମିତି ଓ କେଉଁ ପରିସ୍ଥିତିରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି ।
ଭୁବନେଶ୍ବର ମଞ୍ଚେଶ୍ବରରେ ଅଗ୍ନିକାଣ୍ଡ । ଗଦି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ
ଶନିବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ରେଳଷ୍ଟେସନ ନିକଟରେ ଥିବା ଏକ ଗଦି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି ।
/kanak/media/media_files/2025/05/25/Aki20BJM37zqfM7FWkPx.jpg)