ନକବ୍ୟୁରୋ : ପୁରୀ- ଅହମଦାବାଦ ଟ୍ରେନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କେସିଙ୍ଗା ଷ୍ଟେସନରେ ଅହମଦାବାଦ -ପୁରୀ ସମ୍ପୂର୍ଣ୍ଣ  ନିଆଁ ଲାଗିବାରୁ ଅଳ୍ପକେ ବର୍ତ୍ତି ଯାଇଛି ।   ଟ୍ରେନ  ତାର ନିର୍ଦ୍ଧାରିତ ସମୟରେ ରାତି ୮ ଟା ୩୦ ବେଳକୁ ପହଞ୍ଚିଥିଲା ।

Advertisment

ହେଲେ ଏସି ୧ ବଗିରେ ନିଆଁ ଲାଗିଯିବା ଜାଣି ଯାତ୍ରୀ ଦୌଡ଼ିବା ଆରମ୍ଭ କରିଥିଲେ ।  ଷ୍ଟେସନରେ ଥିବା ଷ୍ଟେସନ ମାଷ୍ଟର ପ୍ରଶାନ୍ତ ଭୋଇ ଆରପିଏଫଙ୍କ ସାହାଯ୍ୟରେ ନିଆଁ ଲିଭାଇଥଲେ ।  ପରେ ଅଧ ଘଣ୍ଟା ବିଳମ୍ବରେ ଟ୍ରେନ ପୁରୀ ଅଭିମୁଖେ ଛାଡିଥିଲା । ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି ।